ନବରଙ୍ଗପୁର ପଞ୍ଚାୟତ ସମତି ବୈଠକରେ ବାସିନୀ ଗ୍ରାମପଞ୍ଚାୟତ ସମିତି ସଭ୍ୟଙ୍କ ଇସ୍ତଫା

ନବରଙ୍ଗପୁର: ନବରଙ୍ଗପୁରବ୍ଲକ ଅନ୍ତର୍ଗତ ବାସିନୀ ଗ୍ରାମପଞ୍ଚାୟତର ସମିତିସଭ୍ୟ ମାନସ ରଞନ ଦାଶ (କାହ୍ନୁ) ନିଜ ପଦବୀରୁ ଇସ୍ତଫାଦେଇଛନ୍ତି। ଏସଂପର୍କରେ ମଙ୍ଗଳବାରଦିନ ନବରଙ୍ଗପୁର ବ୍ଲକ ସମ୍ମିଳନୀ କକ୍ଷଠାରେ ଚାଲିଥିବା ପଞ୍ଚାୟତ ସମିତି ବୈଠକରେ ସେ ସାଂସଦ ଓ ବିଧାୟକ ସମେତ ସମସ୍ତ ସରପଞ୍ଚ ଓ ସମତି ସଭ୍ୟ ଓ ବ୍ଲକ ଅଧିକାରୀଙ୍କ ଙ୍କର ଉପସ୍ଥିତିରେ ବିଡିଓଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହି ରାଜ୍ୟ ସରକାର ପଞ୍ଚାୟତ ରାଜ ବ୍ୟବସ୍ଥାରେ ନିର୍ବାଚିତ ଲୋକ ପ୍ରତନିଧିଙ୍କର ଗୁରୁତ୍ୱ ନାହିଁ। ସରକାରୀ ଅଧିକାରୀମାନେ ନିଜ ଇଛାରେ ପ୍ରତ୍ୟେକ ଯୋଜନାରେ ହସ୍ତକ୍ଷେପ କରୁଛନ୍ତି। ପଲ୍ଲୀ ସଭା ଓ ଗ୍ରାମ ସଭାରୁ ଆସୁଥିବା ଯୋଜନାକୁ ବଦଳାଇ ଦିଆଯାଉଛି। ସମତି ସଭ୍ୟଙ୍କୁ କୈାଣସି ଗୁରୁତ୍ୱ ଦିଆଯାଉ ନାହିଁ। ସମିତି ବୈଠକରେ ଦିଆଯାଉଥିବା ପ୍ରସ୍ତାବମଧ୍ୟ ଗ୍ରହଣ କରାଯାଉ ନାହିଁ। ଲୋକଙ୍କର ଦ୍ୱାରା ନିର୍ବାଚିତ ହୋଇ ଯଦି ଲୋକଙ୍କର ଆବଶ୍ୟକତାକୁ ପୂରଣ କରି ପାରୁନଥିବା ରୁ ଏହି ପଦବୀରେ ରହିବାର ଯଥାର୍ଥତା କିଛି ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଏହି ପଞ୍ଚାୟତରେ ମନରେଗା ଯୋଜନାରେ ମାଟି କାମ କୀତ ସରକାରୀ ଟଙ୍କା ହରିଲୁଟ କରାଯାଉଛି। ବାରମ୍ବାର ଜଣାଇବା ପରେ ମଧ୍ୟ ଭୁରୁଭୁଷୀ ଓ ବାରମାସି ଗ୍ରାମର ଗରୀବ ଲୋକଙ୍କର ସମସ୍ୟାରେ ସମାଧାନ ହୋଇ ପାରୁନି। ସରକାରୀ ଯୋଜନାର ଲାଭ ପାଇ ପାରୁନାହାନ୍ତି।

ବାସନୀର ଉପର ସାହିରଲୋକ ପିଇବା ପାଣିରୁ ବଞ୍ଚିତ। ବେତାଳ ଓ ବାସିନୀ ଗ୍ରାମରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏଏନଏମ କ୍ୱାର୍ଟର ୫ବର୍ଷହେଲା ଭୂତ କୋଠି ଭାବେ ପଡି ରହିଛି। ଏହାକୁ ସ୍ୱାସ୍ଥ୍ୟବିଭାଗ ନିଜ ଅଧିନକୁ ନନେବା ଦ୍ୱାରା କାର୍ଯ୍ୟରତ ଏଏନ୍‍ଏମ୍‍ ଭଙ୍ଗାକୁଡିଆରେ ରହୁଛନ୍ତି। ଗତ ୫ବର୍ଷହେଲା ବାସିନୀକୁ ସଂଯୋଗ କରୁଥିବା ଭତରା ସିଉନୀ ଓ ଶିର୍ସି ମୁଖ୍ୟରାସ୍ତା ର ଉନ୍ନତକରଣ ହୋଇ ପାରିନାହିଁ।ସ୍ୱଛ ଭାରତ ଯୋଜନାରେ ଏହି ବାସିନୀ ଗ୍ରାମରେ ଗୋଟିଏ ମଧ୍ୟ ପାଇଖାନା ନିର୍ମାଣ ହୋଇପାରଲା ନାହିଁ। ଡୁମର ମୁଣ୍ଡାର ଲୋକ ଏବେ ମଧ୍ୟ ସକରାରୀ ଚାଉଳ ଆଣିବାକୁ ୬କିଲୋମିଟର ଦୂର ବାସିନୀକୁ ଯାଉଛନ୍ତି। ସମତି ସଭ୍ୟ ଭାବେ ଏହି ମସସ୍ତ ସମସ୍ୟା କୁ ଜଣାଇଥିଲେ ମଧ୍ୟ କୈାଣସି ଗୁରତ୍ୱ ଦିଆଯାଇ ନାହିଁ। ଅପର ପକ୍ଷରେ ଶାସକ ଦଳର ଝଣ୍ଡା ଧରୁଥିବା ଲୋକଙ୍କର କାମ ହେଉଛି। ଲୋକ ଙ୍କର ସେବା କରି ପାରିବି ନାହିଁ, ତାହା ହେଲେ ଏହି ପଦବୀ କୁ ଜାଡୁବି ଧରିବାର ନାହିଁ ବୋଲି ଉଲ୍ଲେଖ କରିବା ସହ ସେ ସମିତ ସଭ୍ୟପଦବୀରୁ ଇସ୍ଥଫାଦେଉଥିବା ଲିଖିତ ଭାବରେ ଜଣାଇଛନ୍ତି।

Comments are closed.