କୋଭିଡ୍‍ ଟୀକାକରଣରେ କୋଇଲାରୀ ଗ୍ରାମପଞ୍ଚାୟତ ପ୍ରଥମ, ଶୁଭେଚ୍ଛା ଜଣାଇଲେ ଜିଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ପ୍ରଥମ ଗ୍ରମାପଞ୍ଚାୟତ ଭାବେ ଡାବୁଗାଁ ବ୍ଳକ ଅନ୍ତର୍ଗତ କୋଇଲାରୀ ଗ୍ରାମପଞ୍ଚାୟତ କୋଭିଡ ଟୀକା ନେବାରେ ପ୍ରଥମ ହୋଇଛି। ଏହି ପଞ୍ଚାୟତରେ ସମସ୍ତ ଯୋଗ୍ୟ ବ୍ୟକ୍ତି ପ୍ରଥମପାନ ଟୀକା ନେଇଛନ୍ତି। ଏହି ପଞ୍ଚାୟତରେ ମୋଟ ୪୦୪୮ ଜନସଂଖ୍ୟା ରହିଥିବା ବେଳେ ସେଥି ମଧ୍ୟରୁ ୧୮ରୁ ୪୪ ବର୍ଷର ୧୬୧୭ ଜଣ, ୪୫ ବର୍ଷରୁ ଉର୍ଦ୍ଧ୍ବ ୮୨୫ ଜଣ ରହିଛନ୍ତି। ତେବେ ବଳକା ୦ରୁ ୧୭ ବର୍ଷର ଶିଶୁ ଓ ବାଳକ ରହିଛନ୍ତି। ତେବେ ପ୍ରଥମ ଟୀକା ସମସ୍ତ ୨୪୪୨ ଜଣ ନେଇ ଥିବା ବେଳେ ଜିଲାରେ ପ୍ରଥମ ହୋଇଛନ୍ତି।

ଏହି ସଫଳତା ପାଇଁ ଗ୍ରମାପଞ୍ଚାୟତର ପଞ୍ଚାୟତରାଜ ଲୋକ ପ୍ରତିନିଧି, ସମ୍ମୁଖ ଯୋଦ୍ଧା ସମତେ ଆଜିମ୍‍ ପ୍ରେମଜୀ ଫାଉଣ୍ଡେସନ ସହଯୋଗ ରହିଛି। ଏହି ଅବସର ପଞ୍ଚାୟତରେ ସଫଳତା ଦିବସ ପାଳନ କରାଯାଇଥିଲା। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଆଭାଷୀ ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପଞ୍ଚାୟତ ଜିଲାର ପ୍ରଥମ ଭାବେ ଶତପ୍ରତିଶତ କରୋନା ଟୀକା ନେଇଥିବା ପଞ୍ଚାୟତ ପରିଚିତ ହୋଇଥିବା କହିବା ସହ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଆୟୋଜିତ ସଭାରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ବିଡିଓ ଶରତ ମାଝୀ ଓ କୋଇଲାରୀ ସରପଞ୍ଚ ଚନ୍ଦ୍ରି ଭତରା ଓ ଡିପିଏଚଓ ମଳୟ ତ୍ରିପାଠୀ ପ୍ରମୂଖ ଯୋଗଦେଇ ଏହି ଗ୍ରମାପଞ୍ଚାୟତ ବାସୀଙ୍କୁ ଅଭିନନ୍ଦନ ଜରାଇବା ସହ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

Comments are closed.