ହିତାଧିକାରୀଙ୍କ ଆବାସ ଟଙ୍କା ହଡପ, ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଅଭିଯୋଗ

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ନହୋଇ ହିତାଧିକାରୀଙ୍କ ଟଙ୍କା ହଡପ ହୋଇଛି। ଏଭଳିକି ଆବାସ ନିର୍ମାଣ ସମୟରେ ମନରେଗା ମାଧ୍ୟମରେ ପାଇଭାକୁ ଥିବା ଶ୍ରମିଙ୍କଙ୍କ ପ୍ରାପ୍ୟ ମଧ୍ୟ ହଡପ ହୋଇଛି। ହିତାଧିକାରୀ ବ୍ୟାଙ୍କ ଖାତା ଅପଟୁଡେଟ କରିବା ପରେ ଜାଣିବାକୁ ପାଇଲେ ଯେ ଏଟିଏମ କାର୍ଡ ମାଧ୍ୟମରେ ଟଙ୍କା ଉଠାଣ ହୋଇଛି। ଏଭଳି ଏକ ଘଟଣା ନନ୍ଦାହାଣ୍ଡି ବ୍ଲକରେ ଘଟିଛି। ଏନେଇ ହିତାଧିକାରୀଙ୍କ ସାଥିରେ ଜିଲା ଭାଜପା ପକ୍ଷରୁ ଜିଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁଙ୍କୁ ଦାବିପତ୍ର ଦେଇଛନ୍ତି। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ନନ୍ଦାହାଣ୍ଡି ବ୍ଲକ ମୂର୍ଲାବାଇ ଗାଁର ଧନୁ ଯାନୀଙ୍କ ସ୍ତ୍ରୀ ଯଶୋଦା ଜାନୀ, ସ୍ଵାମୀ-ଧନୁ ଜାନୀ ଦ୍ଵିତୀୟ ବିବାହ କରିବା ପରେ ପଣଶପଦର ଗାଁର ଜଗୁବିଷ ମାଜୀ ସହ ରହୁଛନ୍ତି। ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଯଶୋଦାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସକାଶେ ଆଦେଶ ପାଇଲେ। ୨୦୧୪ ମସିହାଠାରୁ ବର୍ତ୍ତମାନ ଠିକଣାରେ ରହି ଆସୁଥିବାରୁ ଗୃହ କାର୍ଯ୍ୟ ଆରମ୍ଭ କରିନାହିଁ। ମୁର୍ଳାବାଇ ଗାଁର ରମାକାନ୍ତ ଜାନୀ, ପ୍ରଫୁଲ ବାଘ ଦୁଇଜଣ ଶ୍ରମିକ କାର୍ଡ କରାଯିବ କହି ବିଭିନ୍ନ ସ୍ଥାନରେ ଫଟୋ ଉଠାଇଥିଲେ। ବର୍ତ୍ତମାନ ହିତାଧିକାରୀ ବ୍ୟାଙ୍କ ଖାତା ଯାଞ୍ଚ କରିବାରୁ ଜାଣିବାକୁ ପାଇଲି ଯେ, ଉପର ଲିଖିତ ବ୍ୟକ୍ତିମାନେ ଯଶୋଦା ନାମରେ ଏଟିଏମ କାର୍ଡ କରି ତାର ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦକୁ ଆସିଥିବା ସମସ୍ତ ଟଙ୍କା ଓ ମନରେଗା ବାବଦର ଟଙ୍କାକୁ ଉଠାଇ ନେଇ ଯାଇଛନ୍ତି। ବର୍ତ୍ତମାନ ଏଟିଏମ କାର୍ଡକୁ ଭକ୍ତ ପ୍ରଫୁଲ ବାଘ ବ୍ୟବହାର କରୁଥିବା ଜଣାପଡୁଛି। କାରଣ ରମାକାନ୍ତ ଜାନୀ ଏକ ଅପରାଧିକ ମାମଲାରେ ନବରଙ୍ଗପୁର ଜେଲରେ ରହୁଛି ବୋଲି ଅଭିଯୋଗ କରିଛନ୍ତି।

ଗରୀବ ମହିଳା ନିଃସହାୟ ଯଶୋଦା ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ନେହୁରା ହୋଇ ଗୃହ ନିର୍ମାଣ କରାଇ ଦେବାକୁ ଅନୁରୋଧ କରିଛି। ଦାବିପତ୍ର ତଥା ଅଭିଯୋଗ କରିବା ସମୟରେ ହିତାଧିକାରୀ ସମେତ ଭାଜପାର ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଗୌରୀ ଶଙ୍କର ମଝି, ନିଲୁ ମିଶ୍ର, ନରେଶ ତ୍ରିପାଠୀ, ଦୈତାରି ମଝି, ମାନଶ ତ୍ରିପାଠୀ, ସୁଭମ ଚୌଧୁରୀ, ପିଣ୍ଟୁ ମିଶ୍ର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.