ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ନବରଙ୍ଗପୁର: ନବରଙ୍ଗପୁର ସହର ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଓଡ଼ିଶା ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶପୁତଳିକା ଦାହ କରାଯାଇଛି। ଗତ ଆଠ ତାରିଖ ଦିନ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଠାରେ ଥିବା ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଶାରୀରିକ ଅତ୍ୟାଚାର କରି ନିଆଁରେ ପୋଡ଼ି ପୋତି ଦିଆଯାଇଥିଲା। ପରିଚାଳନା ମୁଖ୍ୟ ଗୋବିନ୍ଦ ସାହୁଙ୍କ ପଛରେ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ସନ୍ଦେହ ଘେରରେ ଆସୁଛି। ଓଡ଼ିଶା ସରକାରଙ୍କ ନ୍ୟାୟିକ ବ୍ୟବସ୍ଥା ଦ୍ଵାରା ଗତ ଦିନରେ ଅନେକ ଦୋଷୀ ନିର୍ଦ୍ଦୋଷରେ ଖଲାସ୍ ହେବା ସହ ତଦନ୍ତ ବାଟ ବଣା ହେଇଛି, ରାଜ୍ୟ ସରକାରଙ୍କ ନ୍ୟାୟିକ ତଦନ୍ତରେ ଓଡ଼ିଶାବାସୀଙ୍କ ଭରସା ନାହିଁ ଏଣୁ ଏହାର ସିବିଆଇ ତଦନ୍ତ କରାଯାଉ ଓ ମନ୍ତ୍ରୀଙ୍କୁ ବହିଷ୍କାର ଏବଂ ଗିରଫ କରାଯାଉ।

ଏହି ଦାବି ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ କୁଶପୁତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ଯୁବନେତା ଗୌରୀ ଶଙ୍କର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ, ପ୍ରଭାରୀ କାହ୍ନୁ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଅନନ୍ତ ପଣ୍ଡା, ନଗର ସଭାପତି ପିଣ୍ଟୁ ମିଶ୍ର, ଓବିସି ମୋର୍ଚ୍ଚା ସଭାପତି ଦୈତାରୀ ମାଝୀ, ନଗର ଯୁବ ମୋର୍ଚ୍ଚା ସଭାପତି ଭିକି ଜେନା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ, ମହିଳା ମୋର୍ଚ୍ଚା ସଭାପତି ବବିତା ସାହୁ, ରିନା ତ୍ରିପାଠୀ, ଗୀତାଞ୍ଜଳି ମହାପାତ୍ର, ସୁକାନ୍ତି ବେହେରା, ଶୁଭମ ଚୌଧୁରୀ, ବିନୁ ସୁନା ଏବଂ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Comments are closed.