କରୋନା ହେଲା କାଳ : ବିକ୍ରି ଅଭାବରୁ ନବରଙ୍ଗପୁରର ଫୁଲଚାଷୀ ମୁଣ୍ଡରେ ଚଡକ

ନବରଙ୍ଗପୁର : କରୋନା କାରଣରୁ ନବରଙ୍ଗପୁର ଜିଲାର ଫୁଲଚାଷୀମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। କରୋନା ଯୋଗୁଁ ଯାନ ବାହାନଚାଳଚଳ ଅସୁବିଧା ରହିଥିବାବେଳେ ଲକ୍‍ ଡାଉନ ଓ ସଟ୍‍ଡାଉନ ରେ ଫୁଲ ବିକ୍ରି କଟକଣା ରହିଛି। ବିବାହ ,ବ୍ରତ, ଜନ୍ମଦିନ ,ବିଭିନ୍ନ ପର୍ବପର୍ବାଣୀ , ଉତ୍ସବ ଓ ଅନ୍ୟାନ୍ୟ ସଭାସମିତି ବନ୍ଦ ରହିଥିବାରୁ ଫୁଲଚାଷୀ ମାନେ ଫୁଲ ବିକ୍ରି କରିନପାରି ହତାଶ ରେ କାଳତିପାତ କରୁଛନ୍ତି। ବିକ୍ରି ଅଭାବରୁ ଏକର ଏକର ଚାଷ ଜମିର ଫୁଲ ଗଛରେ ଫୁଟିଥିବା ଫୁଲ ପଚିସଡି ଝଡି ଯାଉଛି। ଫୁଲଚାଷୀ ମାନେ ବିଭିନ୍ନବ୍ୟାଙ୍କରୁ ଋଣ ଆଣିବାଥିବାବେଳେ କେତେକ ଚାଷୀ ହାତ ଋଣ ଆଣି ଏବେ ପରିଶୋଧ କରି ପାରୁନାହାନ୍ତି। ତେବେ ଋଣର ସୁଧହାର ବଢୁଥିବାରୁ ଚାଷୀମାନଙ୍କର ମୁଣ୍ଡରେ ଚଡକ ପଡିଛି।

ନବରଙ୍ଗପୁର ସହର ରାଧାକୃଷ୍ଣ କଲୋନୀରେ ରହୁଥିବା ଫୁଲଚାଷୀ ରୀତା ପରିଛା ଓ ଶିଶିର ପରିଛା ଙ୍କର ଅବସ୍ଥା ଏବେ ଦୟନୀୟ ହୋଇ ପଡିଛି। ଏହି ଚାଷୀ ଦମ୍ପତ୍ତୀ ବହୁ ଆଶାରେ ନବରଙ୍ଗପୁରର ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରୁ ଫୁଲ ଚାଷ ପାଇଁ ୩୭ ଲକ୍ଷ ଟଙ୍କା ଋଣ ନେବାସହ ଗତ ୨୦୧୭-୧୮ ମସିହାରେ ନ୍ୟାସନାଲ ହରଟିକଲଚର ବୋର୍ଡ (ଏମବିଏଚ)ଦ୍ୱାରା ପ୍ରେରିତ ହୋଇ ୫୦ ଲକ୍ଷ ଟଙ୍କା ଋଣ ନେଇ ଏକ ଏକର ସବୁଜଗୃହ (ପଲିଗ୍ରୀନ)ନିର୍ମାଣ କରି ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ତଣ୍ଡା ଗ୍ରାମ ନିକଟରେଥିବା ଜମିରେ ଗୋଲାପ ଫୁଲ (ଡଚ୍‍ ରୋଜ୍‍)ଚାଷ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୫୦ ପ୍ରତିଶତ ସବ୍‍ସିଡି ମଧ୍ୟ ରହିଥାଏ। ତେଣୁ ଆଶାଥିଲା ଏହିଚାଷୀଦମ୍ପତ୍ତୀ ନିଶ୍ଚିତ ଭାବେ କିଛି ଟଙ୍କା ଲାଭ ପାଇବେ ଓ ଜିଲାର ଅନ୍ୟଚାଷୀଙ୍କର ପ୍ରେରଣାର ଉତ୍ସ ହେବେ। କିନ୍ତୁ ଫୁଲଚାଷ ଆରମ୍ଭ କରାଯିବା ଦିନ ଠାରୁ ଫୁଲଗଛ ଗୁଡିକ ବିଭିନ୍ନପ୍ରକାର ରୋଗର ଶୀକାର ହୋଇ ଫୁଲନଷ୍ଟ ହେବା ସହିତ ଫୁଲର ମାନ ଓ ଉତ୍ପାଦନ ବିଶେଷ ଭାବେ ପ୍ରଭାବିତ ହୋଇଛି। ଖରାଦିନ ର କାଳବୈଶାଖୀ ଯୋଗୁଁ ସବୁଜଗୃହ ଛାତ ଭାଙ୍ଗିଯାଇଛି। ଯାହାର ବୀମା ବ୍ୟବସ୍ଥା ନଥିବାରୁ ଏହାକୁ ସଜାଡିବା ଚାଷୀ ପକ୍ଷରେ କଷ୍ଟଦାୟକ ହୋଇଛି। ଫୁଲଗଛର ରୋଗ ନିବାରଣ ପାଇଁ ଉଦ୍ୟାନ ବିଭାଗର କର୍ମଚାରୀ ସମେତ ଅଭିଞ ବ୍ୟକ୍ତି ମାନେ ମଧ୍ୟପ୍ରୟାସ କରି ଆସିଥିଲେହେଁ ତାର ସୁଫଳ ମିଳିବା ପରିବର୍ତ୍ତେ ଖର୍ଚ୍ଚର ମାତ୍ରା ବଢିବାରେ ଲାଗିଛି।

ଏହିଚାଷରେ ଗତ ଦୁଇ ବର୍ଷହେଲା ଗ୍ରାମର ୮ଜଣ ବ୍ୟକ୍ତିଙ୍କୁ କର୍ମନିଯୁକ୍ତି ଦିଆଯାଇଛି।ଏହି ଫୁଲଚାଷୀର ସମସ୍ୟାକୁ ସମାଧାନ କରାନଗଲେ ଫୁଲଚାଷୀ ର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିବା ସହଏଥିରେ କାମ କରୁଥିବା ୮ଟି ପରିବାର ମଧ୍ୟ ରୋଜଗାର ହୀନ ହୋଇ ଜୀବୀକା ହରାଇବୋ ଏହା ସହିତ ଆଣିଥିବା ଋଣ ପରିଶୋଧ କରିବା ସମ୍ଭବପର ହୋଇ ପାରିବ ନାହିଁ। ଫୁଲ ଚାଷର ଏହି ଚାଷୀ ଦମ୍ପତ୍ତୀ କ୍ଷତି ସହି ସମ୍ଭାଳି ନେଇ ଯେନତେନପ୍ରକାରେ ଚଳାଇ ଆସୁଥିବାବେଳେ କରୋନାର ପ୍ରକୋପ କାରଣରୁ ଗତ ୪ମାସହେଲା ଫୁଲ ଜିଲା ତଥା ରାଜ୍ୟ ବାହାରକୁ ଯାଇ ପାରୁନାହିଁ। ଫଳରେ ବିପୁଳ କ୍ଷତି ସହିବାକୁ ପଡୁଛି। କୋରାନା ସମୟରେ ଚାଷୀଙ୍କର ପାଇଁ ରାଜ୍ୟସରକାର ଘୋଷଣା କରାଯାଇଥିବା ପ୍ରେତ୍ସାହନ ଅନ୍ତର୍ଭୁକ୍ତ କରାଯିବା ସହ ୨୦ପ୍ରତିଶତ ସବ୍‍ସିଡି ପ୍ରଦାନ କରାଗଲେ ଏହି ଚାଷୀ ଦମ୍ପତ୍ତୀ ବିଶେଷ ଭାବରେ ଉପକୃତ ହେବା ସହ ଚାଷ କ୍ଷତିର ଭରଣାରେ ଏହା ସହାୟକ ହୋଇ ପାରିବ ବୋଲି ମତପ୍ରକାଶ ପାଇଛି। ଯାହାକି ଅନ୍ୟଫୁଲଚାଷୀ ମାନଙ୍କୁ ମଧ୍ୟ ଏହା ଉଦାହରଣ ହୋଇ ଚାଷ କରିବାକୁ ପ୍ରେରଣା ମିଳିପାରିବ।

Comments are closed.