ନବରଙ୍ଗପୁରରେ ଜାତୀୟ ପ୍ରେସ ଦିବସ ପାଳନ

ନବରଙ୍ଗପୁର: ନବରଙ୍ଗପୁର ମିଶନ ଶକ୍ତି ହଲ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଧେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ରତ୍ନାକର ସାହୁ ଓ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ୧୯୭୭ ମସିହାରୁ ପ୍ରେସ ଦିବସ ପାଳିତ ହେଉଥିବା ବେଳେ କିନ୍ତୁ ଚଳିତ ବର୍ଷର କାର୍ଯ୍ୟକ୍ରମ ଅନ୍ୟ ବର୍ଷ ଗୁଡିକ ଠାରୁ ସ୍ୱତନ୍ତ୍ର ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଥିଲେ। କାରଣ ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସାମ୍ୱାଦିକମାନେ ବାସ୍ତବ ସତ୍ୟକୁ ଲୋକଲୋଚନକୁ ଆଣି ତାହାର ସମାଧାନ କରିବା ସହ କରୋନା ସମୟର ଭୟବହତା ମଧ୍ୟରେ ଜନସାଧାରଣ ଗୃହରେ ଆବଦ୍ଧ ହୋଇରହୁଥିବା ବେଳେ କିନ୍ତୁ ସାମ୍ୱାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଗୋଟିଏ ପଟେ ଲୋକଙ୍କ ସମସ୍ୟା ସହ ଅନ୍ୟପଟେ କରୋନା ଭୁତାଣୁର ଭୟବହତା ବିଷୟରେ ଲୋକଙ୍କୁ ସଚେତନ କରାଇବାରେ ଅଗ୍ରଣୀ ଭୂମିକା ନେଇଥିବାରୁ ସାମ୍ବାଦିକଙ୍କୁ ଉପସ୍ଥିତ ଅତିଥିମାନେ ସାଧୁବାଦ ଜଣାଇଥିଲେ।

Comments are closed.