ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଡିିଗ୍ରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ (ସମ୍ମାନ) ବିଭାଗ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ରାଜନୀତି ବିଜ୍ଞାନ ଅଧ୍ୟାପକ ରମେଶ ଚନ୍ଦ୍ର ତାରେଣିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୁରୁଣା କଟକ ସରପଞ୍ଚ ଅଶୋକ କୁମାର ସେଠୀ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ତଥା ଇତିହାସ ଅଧ୍ୟାପକ ଳଲିତ କୁମାର ମେହେର, ସମ୍ମାନୀତ ଅତିଥିଭାବେ ଅଧ୍ୟାପିକା ସୁଷମାରାଣୀ ବହିଦାର, ଅଧ୍ୟାପକ ଡଃ ପ୍ରମୋଦ କୁମାର ମହାପାତ୍ର, ସୁରେଶ୍ୱର ଯୋଶୀ, ଆଶିଷ ଦାସ, ଅଧ୍ୟାପିକା ଡଲି ବେହେରା,ଶୁଭ୍ରାମଲ୍ଲିକା ପ୍ରଧାନ, ପୂଜାରାଣୀ ଦେଓ ପ୍ରମୁଖ ମଂଚାସୀନ ଥିଲେ। ମୁଖ୍ୟଅତିଥି ଶ୍ରୀ ସେଠୀ ମହାବିଦ୍ୟାଳୟ ଉନ୍ନତି ପାଇଁ ସମସ୍ତ ସହଯୋଗ ପ୍ରଦାନ କରିବା ପାଇଁ କହିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ରଣଜିତ ସାମଲ ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।
Comments are closed.