ମା’ ବରଦା ନବଦୁର୍ଗାଙ୍କ କାଳରାତ୍ରୀ ରୂପ    

ବରପାଲି : ବରପାଲି ବରଦା ମା’ ଦୁର୍ଗାଙ୍କ ୮୧ତମ ଶାରଦୀୟ ଦୁର୍ଗାପୁଜା ଅବସରରେ ମା’ ଗୁରୁବାର କାଳରାତ୍ରୀ ରୂପରେ ପୂଜାର୍ଚ୍ଚନା କରାଯାଇଥିଲା। ଗତ ବୁଧବାର ମା’ଙ୍କୁ ପଞ୍ଚମୀ ଓ ଷଷ୍ଠୀ ରୂପ ଷ୍କନ୍ଦମାତା ଓ କାତ୍ୟାୟନୀ ରୂପରେ ବିଧି ବିଧାନରେ ମଧ୍ୟରେ ପଣ୍ଡିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇ ଭକ୍ତ ମାନଙ୍କ ମନୋକାମନା ପାଇଁ ପ୍ରୟାସ କରାଯାଇଥିଲା। ଅକ୍ଟୋବର ୨୪ତାରିଖ ମହାଗୌରୀ ରୂପ ସହ ମହାଷ୍ଟମୀ ପୂଜା ଚଣ୍ଡିପାଠ ହୋମଯଜ୍ଞ କାର୍ଯ୍ୟକ୍ରମର ସୂଭାରମ୍ଭ ହୋଇ ଭାଇ ଯୁଇନ୍ତିଆ ପର୍ବ ମା’ ଓ ଭଉଣୀମାନଙ୍କ ଦ୍ୱାରା ପାଳିତ ହେବ। ସେହିପରି ୨୫ତାରିଖ ସିଦ୍ଧିଧାତ୍ରୀ ରୂପ ସହ ମହାନବମୀ ସନ୍ଧିପୂଜା କାର୍ଯ୍ୟକ୍ରମ ସହ ନବମିପୂଜା ପାଳନ କରାଯିବ । ଆସନ୍ତା ୨୫ତାରିଖ ପୀଠେ ଦଶମୀ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରହିଥିବା ବେଳେ ମା’ ବରଦାଙ୍କ ବିଜୟାଦଶମୀ ଦଶହରା ଉତ୍ସବ ପାଳିତ ହେବ। ଆସନ୍ତା ୩୧ତାରିଖ କୁମାର ପୁର୍ଣ୍ଣମୀ ତିଥିରେ ମାଁଙ୍କର ସୂନାବେଶ ଏବଂ ମା’ ରାଜ ରାଜେଶ୍ୱରୀ ରୂପରେ ଶୋଭାବର୍ଦ୍ଦନ କରି ଜଗତର କଲ୍ୟାଣଦାୟିନୀ ରୂପେ ନିଜର ଆଶୀର୍ବାଦ ପ୍ରଦାନ କରିବେ ବୋଲି ଭକ୍ତ ଆଶା ଭରସା ରଖିଛି।

Comments are closed.