ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କାର୍‌କୁ  ଆକ୍ରମଣ ଅଭିଯୋଗ

କେନ୍ଦୁଝର:  ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ  ତଥା କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାନସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ମଣ୍ଡଳୀର ଭଣ୍ଡାରୀପୋଖରୀ ଛକ ନିକଟରେ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ କିଛି କଂଗ୍ରେସ କର୍ମୀ ଆହତ ହୋଇଛି ।

ଆକ୍ରମଣ ପରେ ଥାନାରେ ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଆରମ୍ଭ ହୋଇଥିବା ସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦୁଝର ଏସ୍‌ପି ସୂଚନା ଦେଇଛନ୍ତି ।

Comments are closed.