ଅହମ୍ମଦାବାଦରେ ମଧ୍ୟ ଦେଖାଯାଇଛି ରହସ୍ୟମୟ – ‘ମୋନୋଲିଥ୍’

ଅହମ୍ମଦାବାଦ : ସାତ ଫୁଟ ଉଚ୍ଚର ପ୍ରିଜାମେଟିକ୍ ଫିଗର୍ ମୋନୋଲିଥ୍ (ସ୍ତମ୍ଭ) ଯାହା ବିଶ୍ବର ୩୦ରୁ ଅଧିକ ସହରରେ ରହସ୍ୟ ହୋଇ ରହିଛି। ବର୍ତ୍ତମାନ ଏହା ମଧ୍ୟ ଅହମ୍ମଦାବାଦ ସହରରେ ଦେଖିବାକୁ ମିଳିଛି। ଏହା ଭାରତରେ ପ୍ରଥମେ। ଯଦିଓ ଏହା ଏକ ଘରୋଇ କମ୍ପାନୀ ଦ୍ୱାରା ସ୍ଥାପିତ ହୋଇଛି ବୋଲି କୁହାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି କମ୍ପାନୀ ପକ୍ଷରୁ ଏଭଳି ଘୋଷଣା କରାଯାଇନାହିଁ।

ଏହା ଅହମ୍ମଦାବାଦର ସିମ୍ଫୋନୀ ପାର୍କରେ ଗୁରୁବାର ଦିନ ଦେଖିବାକୁ ମିଳିଥିଲା। ଥଲତେଜ୍ ଅଞ୍ଚଳର ପାର୍କରେ ଦେଖାଯାଇଥିବା ମୋନୋଲିଥ୍ ଉଚ୍ଚତା ୬ ଫୁଟରୁ ଅଧିକ ବୋଲି ଅନୁମାନ କରାଯାଉଛି।

କିନ୍ତୁ ଏହି ମୋନୋଲିଥ୍ କେଉଁଠୁ ଆସିଲା, ଏନେଇ କର୍ପୋରେସନ୍ ଅଧିକାରୀ କିମ୍ବା ସିମ୍ଫୋନି କମ୍ପାନୀର ଲୋକମାନଙ୍କ ପାଖରେ କୌଣସି ସୂଚନା ନାହିଁ । ପାର୍କରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀ ପୂର୍ବରୁ କେବେ ଦେଖିନଥିଲେ।

ମ୍ୟୁନିସିପାଲିଟି କର୍ପୋରେସନର ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଜିଗ୍ନେଶ ପଟେଲ କହିଛନ୍ତି ଯେ, ପାର୍କ ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ସିମ୍ଫୋନୀ ଲିମିଟେଡ୍ ଦ୍ୱାରା ଏହାକୁ ସ୍ଥାପିତ କରାଯାଇଛି। ଯାହା ଦ୍ବାରା ଲୋକେ ଚକଚକିଆ ପ୍ରତିଫଳନ ଦେଖିପାରିବେ ଏବଂ ଏହା ସହିତ ସେଲଫି ନେଇପାରିବେ ।

ଏଭଳି ଦୃଶ୍ୟ ସର୍ବପ୍ରଥମେ ଉଟା, ଆମେରିକାରେ ଦେଖାଯାଇଥିଲା ଏବଂ କିଛି ଦିନ ପରେ ମଧ୍ୟ ଅଦୃଶ୍ୟ ମଧ୍ୟ ହୋଇ ଯାଇଥିଲା। ପରେ ଏହା ପ୍ରାୟ ୩୦ଟି ଦେଶରେ ଦେଖାଯାଇଥିଲା ।

Comments are closed.