ଅସ୍ଥିରତା ସୃଷ୍ଟି ଅଭିଯୋଗରେ ମିଆଁମାରର ୪୦ ବିଶିଷ୍ଟ ବ୍ୟକ୍ତି ଅଭିଯୁକ୍ତ

ମିଆଁମାରର ସାମରିକ ସରକାର ୪୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରିଛି। ଏହି ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମ ପ୍ରଭାବକାରୀ, ଗାୟକ ଓ ମଡେଲ ବୋଲି ଜଣାପଡିଛି। ଏହି ବ୍ୟକ୍ତିମାନେ ସେ ଦେଶରେ ସିଆର୍‍ପିଏଚ୍‍ ସଂସ୍ଥା ପ୍ରତି ସମର୍ଥନ ଜଣାଇ ଜନଆନ୍ଦୋଳନକୁ ଉସ୍‍କାଇବା ସଙ୍ଗେ ସଙ୍ଗେ ଶାନ୍ତି ଓ ସ୍ଥିରତା ନଷ୍ଟ କରୁଥିବାର ଅଭିଯୋଗ ହୋଇଛି। ଗତ ଶୁକ୍ରବାର ଦିନ ୨୦ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରଥମ ତାଲିକାରେ ଅଭିଯୋଗ ଜାରି କରାଯାଇଥିବା ବେଳେ ଗତକାଲି ଆଉ ୨୦ ଜଣଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି।

ହିଂସାତ୍ମକ ଏହି ଆନ୍ଦୋଳନକୁ ଆହୁରି ଆଗକୁ ବଢ଼ାଇବା ପାଇଁ ବିକ୍ଷୋଭକାରୀମାନେ ଗତାଲିଠାରୁ ଇଷ୍ଟର ଏଗ୍‍ ଷ୍ଟ୍ରାଇକ୍‍ ଆରମ୍ଭ କରିଛନ୍ତି। ଇଷ୍ଟର ପର୍ବକୁ ଆଶାର ସଙ୍କେତ, ପୁର୍ନଜୀବନ ଏବଂ ପରିତ୍ୟାଗ କରନାହିଁ ଆମେ ନିଶ୍ଚୟ ଜିତିବା ଓ ମିଆଁମାରକୁ ରକ୍ଷାକର ବୋଲି ସ୍ଲୋଗାନମାନ ଲେଖି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି। ସେ ଦେଶରେ ନିର୍ବାଚିତ ସରକାରଙ୍କୁ ହଟାଇ ସାମରିକ ଶାସନ ପ୍ରତିଷ୍ଠା କରିବାର ଦୁଇ ମାସ ପରେ ମଧ୍ୟ ଜନ ଆନ୍ଦୋଳନ ଜାରି ରହିଛି।

ସେ ଦେଶରେ ନବ ନିର୍ବାଚିତ ଅଙ୍ଗ-ସା-ସୁ ଙ୍କ ସରକାରଙ୍କୁ ଫେବୃୟାରୀ ପହିଲାରେ ହଟାଇ ସାମରିକ ସରକାର ଗଠନ କରାଯାଇଥିଲା। ଫେବୃୟାରୀ ପହିଲାରେ ନବନିର୍ବାଚିତ ସଦସ୍ୟମାନେ ପାର୍ଲ୍ୟାମେଣ୍ଟରେ ସଭା କରିବାର କାର୍ଯ୍ୟସୂଚୀ ଥିଲା। ଗତକାଲି ନିରାପତ୍ତା ବାହିନୀ ଜବାନମାନେ ୪ଜଣ ବିକ୍ଷୋଭକାରୀଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ ଆଉ ଜଣେ ବିକ୍ଷୋଭକାରୀ ଥାର୍ଟୁନ ସହରରେ ପ୍ରାଣ ହରାଇଥିବା ଖବର ମିଳିଛି। ବର୍ତ୍ତମାନ ସୁଦ୍ଧା ୫୫୭ଜଣ ଲୋକଙ୍କର ମୃତ୍ୟୁ ଘଟିଲାଣି।

Comments are closed.