‘ଭାକ୍ସିନ୍‍ ମୈତ୍ରୀ’ : ସେଚେଲସ୍, ମରିସସ୍ ଏବଂ ମ୍ୟାଁମାରକୁ ଟିକା ପଠାଇଲା ଭାରତ

ନୂଆଦିଲ୍ଲୀ : ‘ଭାକ୍ସିନ୍‍ ମୈତ୍ରୀ’ ଅଭିଯାନ ଅଧୀନରେ ଶୁକ୍ରବାର ଭାରତରୁ ସେଚେଲସ୍, ମରିସସ୍ ଏବଂ ମ୍ୟାଁମାରକୁ ଟିକା ପଠାଯାଇଛି। ଆଜି ଭାରତରୁ  ୫୦ ହଜାର ଡୋଜ୍‍ କୋଭିସିଲ୍ଡ ଟିକା ସେଚେଲସରେ ପହଞ୍ଚିଛି। ଭାରତଦ୍ୱାରା ବିଭିନ୍ନ ଦେଶକୁ ପ୍ରତିଷେଧକ ଯୋଗାଣ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ପ୍ରତିଷେଧକଗୁଡ଼ିକୁ ଦାନ କରାଯାଉଛି। ପ୍ରତିଷେଧକ ଟିକା ପାଇବାରେ ସେଚେଲସ ୪ଟି ଭାରତ ମହାସାଗରୀୟ ଅଞ୍ଚଳ ରାଷ୍ଟ୍ର ମଧ୍ୟରୁ ପ୍ରଥମ ଦେଶ।

ଏହି ପ୍ରତିଷେଧକ ଟିକା ଗୁଡ଼ିକୁ ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ ଦ୍ୱାରା ଉତ୍ପାଦନ କରାଯାଇଛି। ‘ଭାକ୍ସିନ୍‍ ମୈତ୍ରୀ’ ଅଭିଯାନ ଅଧୀନରେ ଏହି ପ୍ରତିଷେଧକ ପ୍ରଦାନ ଦ୍ବାରା ଭାରତ ସେଚେଲେସର ଏକ ନିର୍ଭରଯୋଗ୍ୟ ଭାଗିଦାର ପଡ଼ୋଶୀ ରାଷ୍ଟ୍ର ଭାବେ ନିଜକୁ ସାବ୍ୟସ୍ତ କରିଛି। ଏଥିରେ ଭାରତ ଓ ସେଚେଲେସ୍ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସାଗର ଭିଜନ୍‍’ରେ ସେଚେଲେସ ଏକ ପ୍ରମୁଖ ରାଷ୍ଟ୍ର ଭାବେ ସ୍ଥାନ ପାଇଛି। ସେଚେଲେସରେ ୧ ଲକ୍ଷ ଲୋକ ବାସ କରନ୍ତି ଓ ୫୦ ହଜାର ଡୋଜ୍‍ ପ୍ରତିଷେଧକ ଦ୍ୱାରା ସେସେଲ୍‍ସ୍‍ର ମୋଟ୍‍ ଜନସଂଖ୍ୟାର ପ୍ରାୟ ଶତକଡ଼ା ୨୫ ଭାଗ ଲୋକଙ୍କୁ ପ୍ରତିଷେଧକ ଦିଆଯାଇପାରିବ।
ସେହିପରି ଆଜି ମରିସସରେ ୧ ଲକ୍ଷ ଡୋଜ୍‍ କୋଭିସିଲ୍ଡ ପ୍ରତିଷେଧକ ଟିକା ପହଞ୍ଚିଛି।  ମରିସସ୍  ମଧ୍ୟ ଭାରତର ସାଗର ନୀତିରେ ଏକ ମୁଖ୍ୟ ରାଷ୍ଟ୍ର ରହିଛି। ମରିସସର ମୋଟ ଜନସଂଖ୍ୟା ୧୩ ଲକ୍ଷ ଓ ସେହି ଦେଶର ଅର୍ଥନୀତି ମୁଖ୍ୟତଃ ବୈଦେଶିକ
ବାଣିଜ୍ୟ ଓ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। କିନ୍ତୁ କୋଭିଡ-୧୯ ପାଇଁ ମରିଶସ୍‍ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ମରିସସ୍‍ ସରକାର ଭାରତରୁ କୋଭିସିଲ୍ଡ  ପ୍ରତିଷେଧକ ନେବାପାଇଁ ପୂର୍ବରୁ ଅନୁରୋଧ କରିଥିଲେ। ମରିସସ୍‍କୁ ୧ ଲକ୍ଷ ଡୋଜ୍‍ କୋଭିସିଲ୍ଡ ପ୍ରତିଷେଧକ ଟିକା ଦାନ କରାଯିବା ଦ୍ୱାରା ଏହାର ସ୍ୱାସ୍ଥ୍ୟକର୍ମୀମାନଙ୍କର ଏକ ବଡ଼ ଭାଗ ପ୍ରତିଷେଧକ ଟିକା ନେଇପାରିବେ।
ସେହିପରି ଆଜି ଭାରତରୁ ୧୫ ଲକ୍ଷ ଡୋଜ୍‍ କୋଭିସିଲ୍ଡ ପ୍ରତିଷେଧକ ଟିକା ମ୍ୟାଁମାରର ୟାଙ୍ଗନରେ ଯାଇ ପହଞ୍ଚିଛି। ମେକ୍‍ ଇନ୍‍ ଇଣ୍ଡିଆ କୋଭିସିଲ୍ଡ ପ୍ରତିଷେଧକ ପ୍ରଦାନ କାର୍ଯ୍ୟକ୍ରମର ଅଂଶସ୍ୱରୂପ ମ୍ୟାଁମାର ମଧ୍ୟ ଏହି ପ୍ରତିଷେଧକ ଯିକା ଦାନ ଆକାରରେ ପାଇବ।
ମ୍ୟାଁମାର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର। ମ୍ୟାଁମାର ସହ ଭାରତର ପୁରାତନ ସମୟରୁ ଐତିହାସିକ, ସାଂସ୍କୃତିକ, ଧାର୍ମିକ, ଭାଷାଗତ ଓ ଜାତିଗତ ସମ୍ପର୍କ ରହିଆସିଛି। ଭାରତର ‘ପଡ଼ୋଶୀ ଦେଶ ପ୍ରଥମେ’ ଓ ‘ଆକ୍ଟ ଇଷ୍ଟ’ ନୀତିରେ ମ୍ୟାଁମାର ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ରହିଛି। ଗତବର୍ଷ ଏପ୍ରିଲ୍‍ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମ୍ୟାଁମାର୍‍ର ଷ୍ଟେଟ୍‍ କାଉନସେଲର୍‍ ଅଙ୍ଗ୍‍ ସାନ୍‍ ସୁ ଚିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମ୍ୟାଁମାରକୁ କୋଭିଡ୍‍ର ମୁକାବିଲାରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.