ଅତାବିରାରେ ଉଦଘାଟିତ ହେଲା ମୋ ସେବା କେନ୍ଦ୍ର

ରେଙ୍ଗାଲିକ୍ୟାମ୍ପ : ବରଗଡ଼ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୭ କଲେଜ ସାମ୍ନା ସମ୍ବଲପୁର-ବରଗଡ଼ ୱେ ରାଜରାସ୍ତା କଡରେ ରାଜ୍ୟ ସରକାର ଙ୍କ ପକ୍ଷରୁ ସାରା ରାଜ୍ୟର ୬ଟି କେନ୍ଦ୍ରର ୬ଟି ସ୍ଥାନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭିଡିଓ କନଫେରସିଂ ଜରିଆରେ ମୋ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଯାହାକି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ,ଗଞ୍ଜାମ ଜିଲ୍ଲାର ହିଂଜିଲି କାଟୁ,ନବରଙ୍ଗ ପୁର ଜିଲ୍ଲାର ନବରଙ୍ଗପୁର ଟାଉନ,ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ,ଗଜପତି ଜିଲ୍ଲାର ପାରଲାଖେମୁଣ୍ଡି ଓ ସେହିପରି ବରଗଡ଼ ଜିଲ୍ଲାର ଅତାବିରା ଏନଏସିରେ ଏହି କାର୍ୟ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ, ସୂଚନା ଅଧିକାରୀ କଲ୍ୟାଣି ଦାଶ,ବ୍ଲକ ଅଧ୍ୟକ୍ଷା ରିତା ସାହୁ,ବିଡିଓ ପ୍ରଣବ ଚାନ୍ଦ,ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭରାସାଗର ,ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ ତଥା କେନ୍ଦ୍ରର ଉଦ୍ୟୋକ୍ତା ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତରେ ଦ୍ବୀପ ପ୍ରଜ୍ଵଳନ ସହ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫିତା କାଟି କେନ୍ଦ୍ର ଟିକୁ ଉଦଘାଟନ କରାଯାଇ ଥିଲା। ଏହା ବ୍ୟତୀତ ଆଗାମୀ ଦିନରେ ପ୍ରତି ପଞ୍ଚାୟତ ସହ ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ଆଠ ହଜାର କେନ୍ଦ୍ର ଖୋଲିବା ପାଇଁ ଯୋଜନା ରହିଛି। ଫଳରେ ଲୋକଙ୍କୁ ପ୍ରତ୍ୟେକ କାର୍ଯ୍ୟ ସରକାରୀ କାର୍ଯ୍ୟାଳୟମାନଙ୍କୁ ନଯାଇ ଏହି କେନ୍ଦ୍ର ମାନଙ୍କରେ ସମସ୍ତ ସୁବିଧା ସହ ଅଭିଯୋଗ ପତ୍ର ଦାଖଲ କରି ଫାଇବ ଟି ର ସଫଳତା ହାସଲ କରି ପାରିବେ। ସମସ୍ତ ସରକାରୀ କାମ ଲୋକଙ୍କ ପାଖକୁ ଏହି କେନ୍ଦ୍ର ମାଧ୍ୟମରେ ପହଞ୍ଚି ପାରିବ।

Comments are closed.