ମୁଜାଫରପୁର କନ୍ୟାଶ୍ରମ ମାମଲା : ବ୍ରଜେଶ ଠାକୁର ଓ ୧୮ଜଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଏକ ଅଦାଲତ ମୁଜାଫରପୁର କନ୍ୟାଶ୍ରମ ଯୌନ ନିର୍ୟାତନା ଓ ଶାରୀରିକ ଯାତନା ମାମଲାରେ ବ୍ରଜେଶ ଠାକୁର ଓ ଆଉ ୧୮ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅତିରିକ୍ତ ସେସନ୍ସ ଜଜ୍‍ ସୌରଭ କୁଳ ଶ୍ରେଷ୍ଠ ପିଲାମାନଙ୍କ ପ୍ରତି ଯୌନ ନିର୍ୟାତନା ଓ ସାମୁହିକ ବଳାତ୍କାର ନିବାରଣ ଆଇନ୍‍- ପୋକ୍ସୋ ଅଧୀନରେ ବ୍ରଜେଶ ଠାକୁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେହି କନ୍ୟାଶ୍ରମଟି ବ୍ରଜେଶ ଠାକୁରଙ୍କ ତତ୍ତ୍ୱାବଧାନରେ ଚାଳିତ ହେଉଥିଲା । ଅଦାଲତ ଜଣେ ଅଭିଯୁକ୍ତକୁ ଦୋଷ ମୁକ୍ତ କରିଛନ୍ତି। ଏହି ମାମଲାରେ ଦଣ୍ଡଘୋଷଣା ପାଇଁ ଆସନ୍ତା ୨୮ ତାରିଖକୁ ଦିନ ଧାର୍ୟ୍ୟ କରାଯାଇଛି ।

Comments are closed.