ଫ୍ରାଏ ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୭୫୦ ଗ୍ରାମ (ସିଝା ହୋଇଥିବା)
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ୪ ଚାମଚ
ପିଆଜ – ୧ଟି (କଟା ହୋଇଥିବା)
ଟମାଟୋ – ୧ଟି (କଟା ହୋଇଥିବା)
କଞ୍ଚା ଲଙ୍କା – ୪ଟି
ଜିରା – ୧ଚାମଚ
ଭିନେଗାର – ଅଳ୍ପ
ଗରମ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କୁକର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଜିରା,ପିଆଜ, କଞ୍ଚାଲଙ୍କା, ଅଦାରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଟମାଟୋ ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ କଷନ୍ତୁ। କଷିବା ପରେ ଏଥିରେ ସିଝା ହୋଇଥିବା ମଟନକୁ ପକାଇ ସାମନ୍ୟ ଲୁଣ, ଭିନେଗାର, ଗରମ ମସଲା ପକାଇ ପୁଣି କିଛି ସମୟ କଷନ୍ତୁ। ଏହାପରେ ୫ ରୁ ୧୦ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଓ ପିଆଜ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଫ୍ରାଏ ମଟନ।

Comments are closed.