କରୋନାରୁ ସୁସ୍ଥ ପରେ ଏହି ସମସ୍ୟା ଦେଖାଗଲେ ତୁରନ୍ତ କରନ୍ତୁ ଚିକିତ୍ସା

ନୂଆଦିଲ୍ଲୀ : ସାରା ଦେଶରେ କରୋନାର ୨ୟ ତରଙ୍ଗ ଦ୍ରୁତ ଗତିରେ
କାୟା ବିସ୍ତାର କରିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ଏଭଳି ସମୟରେ ଆଇସିଏମଆରଙ୍କ କହିବା ଅନୁଯାୟୀ, କରୋନା ରୋଗୀଙ୍କ ମଧ୍ୟରେ କଳା ଯାଦୁ ( ବ୍ଲାକ୍‍ ଫଙ୍ଗସ) ଦେଖାଯାଉଛି। କରୋନାରୁ ସୁସ୍ଥ ହେବା ପରେ ଦେଖାଯାଉଥିବା ଏହି ଯାଦୁ ଜୀବନ ପାଇଁ କ୍ଷତିକାରକ ହୋଇପାରେ। ଏହା ରୋଗ ପ୍ରତିରୋଧକ ଶକ୍ତି କମ କରିଥାଏ। ଯେଉଁମାନଙ୍କର ମଧୁମେହ ସେମାନଙ୍କ ପାଇଁ ଅଧିକ କ୍ଷତିକାରକ।
ଏହାର ଲକ୍ଷଣ …..
ଏଥିରେ ମୁଣ୍ଡ ବିନ୍ଧା, ଦେହହାତ ଯନ୍ତ୍ରଣା, ଜୋରରେ ଜର, କାଶ, ନିଶ୍ୱାସପ୍ରଶ୍ୱାସରେ ସମସ୍ୟା, ଆଖି, ନାକ ନିକଟରେ ଲାଲ ଦାଗ, ରକ୍ତ ବାନ୍ତି, ମାନସିକ ଚିନ୍ତାଧାରା ବଦଳିବା , ଆଦି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ତୁରନ୍ତ ଏହାର ଚିକିତ୍ସା କରାନଗଲେ ଏହା ପ୍ରାଣଘାତକ ହୋଇଥାଏ।
ବିଶେଷ କରି ମଧୁମେହ ରୋଗୀମାନେ କରୋନାରୁ ସୁସ୍ଥ ହେବା ପରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଅଧିକ ଯତ୍ନବାନ ହେବା ଆବଶ୍ୟକ।

 

Comments are closed.