ମୁସଲମାନଙ୍କ ପାଇଁ ୧୫୦ ରାଷ୍ଟ୍ର ; ହିନ୍ଦୁଙ୍କ ପାଇଁ କେବଳ ଭାରତ : ରୂପାଣୀ

ଅହମ୍ମଦାବାଦ : ମୁସଲମାନଙ୍କ ପାଇଁ ବହୁ ରାଷ୍ଟ୍ର ଅଛନ୍ତି, ହିନ୍ଦୁଙ୍କ ପାଇଁ କେହି ନାହିଁ ବୋଲି କିଛି ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରି ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଦୋହରାଇଛନ୍ତି ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ବୁଧବାର ସେ କହିଛନ୍ତି ଯେ ମୁସଲମାନମାନେ ବିଶ୍ବର ୧୫୦ ଦେଶରେ ରହିପାରିବେ; କିନ୍ତୁ ହିନ୍ଦୁମାନଙ୍କ ପାଇଁ କେବଳ ଭାରତ। ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇ ୨ ପ୍ରତିଶତରେ ପହଞ୍ଚିଥିବାବେଳେ ପାକିସ୍ତାନରେ ଏହା ୨୨ ପ୍ରତିଶତରୁ ୩ ପ୍ରତିଶତକୁ ଖସିଆସିଛି। ସେଠାରେ ହିନ୍ଦୁଙ୍କ ପ୍ରତି ଅକଥନୀୟ ନିର୍ଯାତନା ଦିଆଯାଉଛି। ଆଫଗାନିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ମାତ୍ର ୫୦୦। ଏହି ହିନ୍ଦୁମାନେ ଯଦି ଭାରତକୁ ଫେରିଆସନ୍ତି; ତେବେ କ୍ଷତି କ’ଣ ବୋଲି ରୂପାଣୀ ପ୍ରଶ୍ନ କରିଛନ୍ତି। ମହାତ୍ମା ଗାନ୍ଧୀ ପାକିସ୍ତାନର ହିନ୍ଦୁ ଓ ଶିଖଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ ପାଇଁ କହୁଥିଲେ ବୋଲି ସେ ସଂଶୋଧିତ ନାଗରିକତ୍ବ ଆଇନ ସପକ୍ଷରେ ପ୍ରଚାରବେଳେ କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଆଇନ ସପକ୍ଷ ସଚେତନତା ଅଭିଯାନ ଆୟୋଜନ ଚାଲିଛି।

Comments are closed.