ହନୁମାନ ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କାର ଜମି ଦେଲେ ମୁସଲମାନ ବ୍ୟକ୍ତି

ବେଙ୍ଗାଲୁରୁ: ବାଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲାର ହୋସାକୋଟେ ତହସିଲରେ ଥିବା ଏକ ମନ୍ଦିର ପାଇଁ ଜଣେ ମୁସଲମାନ ବ୍ୟକ୍ତି ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ଦେଢ଼ଗୁଣ୍ଡ ଜମି ଦାନ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ଏଚଏମଜି ବାସା । ଏହି ହନୁମାନ ମନ୍ଦିରଟି  ବେଙ୍ଗାଲୁରୁକୁ ଚେନ୍ନାଇକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିକଟରେ ଅବସ୍ଥିତ ।

ଏ ସମ୍ପର୍କରେ ଶ୍ରୀ ବାସା କହିଛନ୍ତି ଏହି ରାସ୍ତାରେ ଯାତାୟତ କରିବା ବେଳେ ଛୋଟ ମନ୍ଦିରରେ ଲୋକମାନେ ପୂଜାର୍ଚନା ନିମନ୍ତେ ସମସ୍ୟା ହେଉଥିବା ଦେଖିଥିଲି । ଏହାପରେ ସେହି ନିକଟରେ ଥିବା ମୋର ଏକ ଜମିର କିଛି ଅଂଶ ଦେବା ପାଇଁ ଭାବିଥିଲି । ଏ ସମ୍ପର୍କରେ ମୋର ପରିବାର ଲୋକଙ୍କ ସହ ଆଲୋଚନା କରିଥିଲି ଓ ସେମାନେ ସହମତ ହୋଇଥିଲେ । ଆଶା କରୁଛି ଏହି ଛୋଟିଆ ଦାନ ଅନେକ ସମସ୍ୟାର ସମାଧାନ କରିପାରିବ ।

ଅନ୍ୟପକ୍ଷରେ ଶ୍ରୀ ବାସାଙ୍କ ଏହି ଦାନକୁ ବେଶ୍ ପ୍ରଶଂସା କରିଛନ୍ତି ଟ୍ରଷ୍ଟ ଭାୟର ଗୌଡ଼ା । ସେ କହିଛନ୍ତି ଯେ ଏଚଏମଜି ବାଶା ଖୋଲା ହୃଦୟରେ ମନ୍ଦିର ଲାଗି ଜମି ପ୍ରଦାନ କରିଥିଲେ । ଅନ୍ୟ ଧର୍ମର ବ୍ୟକ୍ତି ହୋଇଥିଲେ ହେଁ ହନୁମାନ ମନ୍ଦିର ନିମନ୍ତେ ତାଙ୍କର ଦାନ ନିମନ୍ତେ ଆମେ କୃତଜ୍ଞ । ତାଙ୍କର ମହାନ କାର୍ଯ୍ୟ ଲାଗି ସେ ସବୁବେଳେ ପ୍ରଶଂସନୀୟ ଓ ସମ୍ମାନୀୟ ହୋଇ ରହିବେ ।

(ଏଏନଆଇ ଇନପୁଟ୍)

 

Comments are closed.