ରାଷ୍ଟ୍ର ଭାଷାରେ ଦେଶାତ୍ମବୋଧକ ସଙ୍ଗୀତ ପ୍ରସ୍ତୁତ କରି ଚିନ୍ମୟ ଚର୍ଚ୍ଚା ରେ

ପାଟଣା – ରାଷ୍ଟ୍ର ଭାଷା ହିନ୍ଦୀ ରେ ଦେଶାତ୍ମବୋଧକ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚା ରେ ପାଟଣା ର ଯୁବ ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେଇପୁର ଗ୍ରାମର ଲ‌କ୍ଷ୍ମଣ କୁମାର ଦାଶ ଙ୍କ ସାନ ପୁଅ ଚିନ୍ମୟ ଦାଶ। ପିଲାଟି ବେଳରୁ କଳା ପ୍ରତି ରୁଚି ରଖୁଥିବା ଚିନ୍ମୟ ଆଜି ଓଡ଼ିଆ ଆଲବମ ଜଗତର ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ।

୭୫ ତମ ସ୍ବାଧିନତା ଦିବସ ଉପଲକ୍ଷେ ହିନ୍ଦୀ ଭାଷାରେ ଏକ ଦେଶାତ୍ମବୋଧକ ଗୀତ ର ସଙ୍ଗୀତ ନିର୍ଦ୍ଦେଶନା ଦେଇ ସେ ଏବେ ଚର୍ଚ୍ଚାରେ। ୯୧୬ ମ୍ୟୁଜିକ ପ୍ରସ୍ତୁତ ଏହି ଦେଶାତ୍ମବୋଧକ ଗୀତ ଟିକୁ ଏସ୍ ଜିତୁ ଓ ଅର୍ପିତା ଚକ୍ରବର୍ତ୍ତୀ ଗାଇଥିବା ବେଳେ ଗୀତ ରଚନା କରିଛନ୍ତି ନିରଞ୍ଜନ ପଣ୍ଡା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାଶ ଓ ତାଙ୍କ ସାଥୀ ବିଭୁନ କୁମାର। ପୂର୍ବ ଗୀତ ଭଳି ଏହି ଗୀତ କୁ ଜନସାଧାରଣ ଅଧିକ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଚିନ୍ମୟ।

Comments are closed.