ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ପରଲୋକ, ବଲିଉଡରେ ଶୋକର ଛାୟା

ମୁମ୍ବଇ : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି । ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା କୁହାଯାଉଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବଲିଉଡ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳିଯାଇଛି ।

ସେ ହୃଦରୋଗ ଓ କିଡନୀ ଜନିତ ସମସ୍ୟାରେପୀଡିତ ଥିଲେ । ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା କୁହାଯାଉଛି ।
ଚଳଚ୍ଚିତ୍ର ଜଗତର ସେଲିବ୍ରିଟି ଏବଂ ସେମାନଙ୍କ ପ୍ରଶଂସକମାନଙ୍କ ନିକଟରେ ସାଜିଦ-ୱାଜିଦ ଯୋଡି ଭାବରେ ପ୍ରସିଦ୍ଧ ୱାଜିଦ୍ ଖାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଗିତୀକାର ସଲିମ ମର୍ଚାଣ୍ଟ ଟ୍ୱିଟ୍ କରି କହିଛନ୍ତି ଯେ ସାଜିଦ୍-ୱାଜିଦ୍ ଯୋଡିର ମୋ ଭାଇ ୱାଜିଦଙ୍କ  ମୃତ୍ୟୁ ଖବର ମୋତେ ବ୍ୟଥିତ କରିଛି । ଆହ୍ଲା ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ । ୱାଜିଦ୍ ଭାଇ, ତୁମେ ବହୁତ ଶୀଘ୍ର ଚାଲିଗଲ । ଏହା ଆମ ପାଇଁ ଏକ ବଡ କ୍ଷତି । ତୁମ ପରଲୋକରେ ମୁଁ ଚକିତ ହୋଇ ଭାଙ୍ଗି ପଡିଛି ।

ୱାଜିଦ ଖାନଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଶୋକ ପ୍ରକାଶ କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଟ୍ୱିଟ୍ କରିଛନ୍ତି, ଏହା ଏକ ଦୁଃଖଦ ଖବର। ଗୋଟିଏ ଜିନିଷ ଯାହା ମୁଁ ସବୁବେଳେ ମନେ ରଖିବି, ୱାଜିଦ୍ ଭାଇଙ୍କ ହସ ଜ୍ଝ ସେ ସବୁବେଳେ ହସୁଥିଲେ। ବହୁତ ଶୀଘ୍ର ଚାଲିଗଲେ। ତାଙ୍କ ପରିବାର ଏବଂ ଶୋକ କରୁଥିବା ଲୋକଙ୍କୁ ମୋର ସମବେଦନା ଜଣାଉଛି ।

ସୂଚନାଯୋଗ୍ୟ ସାଜିଦ-ୱାଜିଦ ଯୋଡି ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଉଥିଲେ । ସାଜିଦଙ୍କ ସହ ୱାଜିଦ୍ ଖାନ୍ ସଲମାନଙ୍କ ପାଇଁ ଅନେକ ସୁପର ହିଟ୍ ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

Comments are closed.