ମୁଶରଫଙ୍କ ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ

ଇସଲାମାବାଦ : ରାଜଦ୍ରୋହ ଅପରାଧରେ ସ୍ବତନ୍ତ୍ର ଅଦାଲତ ଦ୍ବାରା ଫାଶୀଦଣ୍ଡାଦେଶ ପାଇଥିବା ପାକିସ୍ତାନର ପୂର୍ବତନ ସାମରିକ ଶାସକ ପରଭେଜ ମୂଶରଫଙ୍କ ଆବେଦନକୁ ଫେରାଇ ଦେଇଛନ୍ତି ଲାହୋର ହାଇକୋର୍ଟ। ଛୁଟି ପାଇଁ ବିଚାରପତି ନାହାନ୍ତି; ତେଣୁ ଶୁଣାଣି ପାଇଁ ପୂର୍ଣ୍ଣାଙ୍ଗ ପୀଠ ଗଠନ ହୋଇପାରିବ ନାହିଁ ବୋଲି ଦର୍ଶାଇ ହାଇକୋର୍ଟ ମୁଶରଫଙ୍କ ଦ୍ବାରା ଆଗତ ରାୟର ସମୀକ୍ଷା ଆବେଦନକୁ ବିଚାରପତି ଫେରାଇ ଦେଇଛନ୍ତି। ଶୁକ୍ରବାର ମୁଶରଫ ସ୍ବତନ୍ତ୍ର ଅଦାଲତ ରାୟର ସମୀକ୍ଷା ଆବେଦନ କରିଥିଲେ। ବିଚାରପତି ମାଜାହିର ଅଲୀ ଆକବର ନକ୍‌ଭିଙ୍କ ଇଜ୍‌ଲାସ୍‌ରେ ଆସନ୍ତା ଜାନୁଆରୀ ୯ରେ ଏହାର ଶୁଣାଣି ହେବ ବୋଲି ଧାର୍ଯ୍ୟ କରିଥିବା ମୁଶରଫଙ୍କ ଓକିଲ ଆଝାର ସିଦ୍ଦିକି ସୂଚନା ଦେଇଥିଲେ; କିନ୍ତୁ ଶନିବାର ଲାହୋର ହାଇକୋର୍ଟ ରେଜିଷ୍ଟ୍ରାର ଏହାକୁ ଫେରାଇ ଦେଇଛନ୍ତି। ଛୁଟି କାରଣରୁ ବିଚାରପତି ନ ଥିବା ରେଜିଷ୍ଟ୍ରାର ଦର୍ଶାଇଛନ୍ତି। ତିରିଶ ଦିନ ମଧ୍ୟରେ ସେ ସାନି ଆବେଦନ କରିପାରିବ ବୋଲି ରେଜିଷ୍ଟ୍ରାର କହିଛନ୍ତି। ଗତ ୧୯ତାରିଖରେ ସ୍ବତନ୍ତ୍ର ଅଦାଲତ ବିଚାରପତି ୮୬ପୃଷ୍ଠାର ରାୟରେ ମୁଶରଫଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇବା ସହ ଏହା ପୂର୍ବରୁ ଯଦି ସେ ମରିଯାଆନ୍ତି; ତେବେ ତାଙ୍କ ମୃତଦେହକୁ ତିନିଦିନ ସର୍ବସାଧାରଣ ସ୍ଥାନରେ ଝୁଲାଇ ରଖିବାକୁ ଉଲ୍ଲେଖ କରିଥିଲେ। ଏହି ରାୟକୁ ମୁଶରଫ ଦ୍ବନ୍ଦ୍ବାତ୍ମକ ବୋଲି ଦର୍ଶାଇଛନ୍ତି।

Comments are closed.