ବାରମ୍ବାର ବାପଘରକୁ ଯିବାକୁ ମହିଳା କରୁଥିଲେ ଜିଦି ; ଠେଙ୍ଗାରେ ପିଟି ହତ୍ୟା କଲେ ସ୍ୱାମୀ

ରାଜସ୍ଥାନ : ରାଜସ୍ଥାନର ବୁନ୍ଦୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଜଣେ ମହିଳା ତାଙ୍କ ବାପ ଘରକୁ ଯିବାକୁ ବାରମ୍ବାର ଜିଦି କରିବାରୁ ତାଙ୍କ ସ୍ୱାମୀ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ଠେଙ୍ଗା ଓ ବାଡ଼ିରେ ଜୋରରେ ପ୍ରହାର ଫଳରେ ଉକ୍ତ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଘଟଣାଟି ବୁନ୍ଦୀ ଜିଲାର ନୟାଗାଁର। ଘଟଣା କ୍ରମେ ବ୍ୟକ୍ତି ଜଣଙ୍କ ନିଜ କାମରୁ ଫେରିବା ପରେ ତାଙ୍କ ପତ୍ନୀ ନିଜ ବାପ ଘରକୁ ଯିବାକୁ ଜିଦି କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଖୁବ ଜୋରରେ ଝଗଡ଼ା ହୋଇଥିଲା। କ୍ରୋଧରେ ଆସି ବ୍ୟକ୍ତି ଜଣଙ୍କ ନିଜ ପତ୍ନୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ।
ଖବର ପାଇ ଦବଲାନା ପୁଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ମହିଳାଙ୍କ ମୃତଦେହ ହସ୍ତାନ୍ତର କରିଛି। ଏହାସହ ପରିବାର ଲୋକେ ବ୍ୟକ୍ତିଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.