ଘର ଭିତରେ ମା’ ଓ ୨ ଶିଶୁଙ୍କ ଶବ ଉଦ୍ଧାର ; ହତ୍ୟା ସନ୍ଦେହ

ବ୍ରଜରାଜନଗର:- ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗା ନଗର ଫାଟକ ପଡାରେ ଏକ ଘର ଭିତରେ ମା’ ଓ ୨ ଶିଶୁଙ୍କ ଶବ ପଡି ରହିଛି। ମୃତକ ହେଲେ ନାରାୟଣ ପୋଦ୍ଦାରଙ୍କ ସ୍ତ୍ରୀ ସୋନି ପୋଦ୍ଦାର (୨୮) ତାଙ୍କ ଝିଅ ମୁସ୍କାନ (୦୫) ଓ ରାଧିକା (୦୩)। ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଏ ଘଟଣା ପରେ ନାରାୟଣ ପୋଦ୍ଦାର ଫେରାର ଥିବା ସୂଚନା ରହିଛି।

Comments are closed.