ବାପାର ମରଣାନ୍ତକ ଆକ୍ରମଣରେ ୩ ବର୍ଷର ନାବାଳିକା ମୃତ

ଅନ୍ୟ ୩ ନାବାଳିକା ଓ ପତ୍ନୀ ଗୁରୁତର

କୁଚିଣ୍ଡା : ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଶନିବାର ଜଣାପଡିଛି। ଜଣେ ବାପାର ମରଣାନ୍ତକ ଆକ୍ରମଣରେ ୩ ବର୍ଷର ନାବାଳିକାର ମୃତ୍ୟୁ ହୋଇଛି। ଏହାସହ ଉକ୍ତ ବ୍ୟକ୍ତିଙ୍କ ଫାର୍ସାର ଆକ୍ରମଣରେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ସହ ଅନ୍ୟ ୩ ନାବାଳିକା ଝିଅ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଗଡପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ତ୍ରୀ ଓ ଛୁଆଙ୍କୁ ଆକ୍ରମଣ କରିବା ପରେ ଉକ୍ତ ବ୍ୟକ୍ତି ମଧ୍ୟ ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି।

Comments are closed.