ଅନ୍ଧବିଶ୍ୱାସରୁ ପୁଣି ହତ୍ୟାକାଣ୍ଡ ; ଗୋଟିଏ ପରିବାରର ୨ ଜଣଙ୍କୁ ଅତି ନିର୍ମମ ହତ୍ୟା

ଗଜପତି : ଅନ୍ଧବିଶ୍ୱାସରୁ ପୁଣି  ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ର ମୁଠାଗୁଡା ଗାଁରେ । ଗୁଣି ସନ୍ଦେହରେ ଗୋଟିଏ ପରିବାରର ଦୁଇ ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡରେ ବାପା ଓ ପୁଅ ମୃତ । ମୃତକ ହେଲେ ବାପା ଲୁକ ଦଳବେହେରା , ପୁଅ ଅନକ ଦଳବେହେରା ।
ଗାଁ ଠାରୁ ଅଧକିମି ଦୁର ଜଙ୍ଗଲରେ ଦୁଇଜଣଙ୍କୁ ଆକ୍ରମଣ କରାଯାଇଥିଲା , ତେବେ ଜଙ୍ଗଲରେ ବାପାର ମୃତ ଶରୀର ପଡିଥିବା ବେଳେ ପୁଅର ମୃତ ଶରୀର ଘରେ ପଡିରହିଛି। ଏ ନେଇ ଅଡବା ଥାନାରେ ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ କ୍ରମେ ଘଟଣାସ୍ଥଳରେ ଅଡବା ପୁଲିସ ଓ ସାଇନ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ମିଳିଥିବା ସୂଚନା ପ୍ରକାରେ ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ କାଜୁ ବାଡିକୁ ଯାଇଥିଲେ । ସେହି ସମୟରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଲୁକାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଭାବେ ଆହତ ଅବସ୍ଥାରେ ଅନକ ବହୁ କଷ୍ଟରେ ଘରେ ପହଞ୍ଚିଥିଲେ । ହେଲେ ପରେ ଘରେ ତାଙ୍କ ମୃତ୍ୟୁ ଘଟିଥିଲା ।
ଲୁକା ନିଜ ପରିବାର ସହ ୧୦ ବର୍ଷ ହେଲା ନିଜ ଗ୍ରାମ ପାଟିପଙ୍କାରୁ ଆସି ମୁଠାଗୁଡାରେ ଚାଷବାସ କରି ରହୁଥିଲେ । ତେଵେ ଗୁଣିଗାରେଡିରୁ ହତ୍ୟାକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି । ଆର. ଉଦୟଗିରି ଏସଡିପିଓଙ୍କ ନେତୃତ୍ୱ ରେ ମୋହନା ଏବଂ ଅଡବା ପୁଲିସଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଅନେକ ଦିଗକୁ ନେଇ ପୁଲିସ ତଦନ୍ତ କରୁଥିବା ଏସଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି ।

 

 

Comments are closed.