ଦୁଇ ଅପରାଧିଙ୍କ ମଧ୍ୟରେ ଗଣ୍ଡଗୋଳ; ଛୁରା ମାଡ଼ରେ ଜଣେ ମୃତ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଆଜି ଦୁଇ ଅପରାଧୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବଚନ ସ୍ୱାଇଁ ନାମକ ଜଣେ ଦୁର୍ଦାନ୍ତ ଅପରାଧୀକୁ ଅନ୍ୟ ଜଣେ ଅପରାଧୀ କଙ୍ଗାରୁ ଭୂୟାଁ ଛୁରୀ ଭୂସୀ ହତ୍ୟା ଉଦ୍ୟମ କରିଥିଲା । ବଚନକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାର ମୃତ୍ୟୁ ଘଟିଥିବା ଜଣାପଡିଛି । ଅଭିଯୁକ୍ତ କଙ୍ଗାରୁ ଏକ ହତ୍ୟା ମାମଲାର ଅଭିଯୁକ୍ତ ଥିବାବେଳେ ବଚନ ସ୍ୱାଇଁ ମଧ୍ୟ ଜଣେ ପୁରୁଣା ଅପରାଧୀ ଭାବେ ପରିଚିତ । ଦୀର୍ଘ ଦିନ ଧରି କଙ୍ଗାରୁ ଭୂୟାଁ ଏବଂ ଵଚନ ସ୍ୱାଇଁ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା।

Comments are closed.