ଟ୍ରାଫିକ୍‌ ପୁଲିସ୍‌କୁ ପିଟିବା ଅଭିଯୋଗରେ ଦୁଇ ଜଣଙ୍କୁ ୬ ମାସ ଜେଲ୍‌ ଦଣ୍ଡ

ମୁମ୍ବଇ – ମୁମ୍ବଇରେ କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସ୍‌କୁ ପିଟିବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଦାଲତ ୬ ମାସ କାରାଦଣ୍ଡାଦେଶ ରେ ଦଣ୍ଡିତ କରିଛନ୍ତି । ୨୦୧୬ ମସିହାର ଏହି ଘଟଣାରେ ମହମ୍ମଦ ସାକିର ଅନ୍‌ସାରି ଏବଂ ମେହେନ୍ଦୀ ଶେଖ୍‌କୁ ଓ୍ୱର୍ଲିର ଟ୍ରାଫିକ୍‌ ପୁଲିସ ଏକ ନେ ଏଣ୍ଟ୍ରି ରାସ୍ତାରେ ଅଟକାଇଥିଲେ ।ଏହାପେର ସେମାନେ ପ୍ରଭିନ୍‌ କଦମ୍ବ ନାମକ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ମାଡ ମାରିବା ସହ ତାଙ୍କ ବେକକୁ ଧରି ତଳେ ଘୋଷାଡିଥିଲେ ।

ପରେ ଦୁଇ ଜଣ ସମ୍ପୃକ୍ତ ଟ୍ରାଫିକ୍‌ ପୁଲିସ୍‌ଙ୍କୁ ଚାପୁଡା ମାରିବା ସହ ଆକ୍ରମଣ କରିଥିଲେ । ଟ୍ରାଫିକ୍‌ କନେଷ୍ଟବଳ ପ୍ରଭିନ୍‌ କଦମ୍ବ ମାମଲା ରୁଜୁ କରିବା ପରେ ପୁଲିସ୍‌ ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା । ମାତ୍ର କୋର୍ଟରେ ଆକ୍ରମଣକାରୀଙ୍କ ଆଇନଜୀବୀ କନେଷ୍ଟବଳଙ୍କର ବେକ ତଥା ଶରୀରରେ ଆଘାତ ଚିହ୍ନ ନଥିବା କଥା କହିଥିଲେ । ଅଦାଲତ ଚାପୁଡା ମରାଗଲେ ଅଧିକ ସମୟ ଏହି ଚିହ୍ନ ରୁହେନାହିଁ ବୋଲି କହିଥିଲେ ।

ଦୁଇ ଆକ୍ରମଣକାରୀଙ୍କୁ ୬ ମାସ ଜେଲ୍‌ ଦଣ୍ଡ ସହ   ୧୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

Comments are closed.