ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ; ଚାଳକ ,ଶ୍ରମିକ ସମେତ ନଅ ମୃତ

ମୁମ୍ବଇ : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ଚନ୍ଦ୍ରପୁର-ମୁଲ ମାର୍ଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଆଜି ଖବର ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ ପରସ୍ପର ସହ ଧକ୍କା ହୋଇ ଚାଳକ,ଶ୍ରମିକଙ୍କ ସହ ୯ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକେ ଆହତ ହୋଇଛନ୍ତି। ଟ୍ରକର ଦ୍ରୁତ ଗତି କାରଣରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ଏହି ଧକ୍କା ଡିଜେଲ ଭର୍ତ୍ତି ଟ୍ୟାଙ୍କର ସହ କାଠ ବୋଝେଇ ଟ୍ରକ ସହ ହୋଇଛି। ଧକ୍କା ହେବା ପରେ ଟ୍ରକରେ ନିଆଁ ଲାଗି ଯାଇଥିଲା। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ପୁଲିସ ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.