କରୋନା କାଳରେ ରୋଷେଇ ଓ ଘରକାମ କରି ଫିଟ ରହୁଛନ୍ତି ସନି ଲିଓନ

ମୁମ୍ବାଇ : ଫିଟ ରହିବାକୁ ବାହାରକୁ ଯିବା ଦରକାର ନାହିଁ। ଘର କାମସବୁ କଲେ ସମୟ ଅତିବାହିତ ହେବା ସହ ସୁସ୍ଥ ରହିପାରିବେ ବୋଲି ଅଭିନେତ୍ରୀ ସନି ଲିଓନ କହିଛନ୍ତି।

କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ କରାଯାଇଥିବା ବେଳେ ଚଳଚିତ୍ର ଶିଳ୍ପ ମଧ୍ୟ ଠପ ରହିଛି। ସର୍ବଦା ବ୍ୟସ୍ତ ରହୁଥିବା କଳାକାର ଘରେ ରହୁଥିବା ବେଳେ ଫିଟ ରହିବାକୁ ବିଭିନ୍ନ ପନ୍ଥା ଆପଣେଉଛନ୍ତି। ରୋଷେଇ ଓ ଘରକାମରେ ବ୍ୟସ୍ତ ରହି ଫିଟ ରହିଥିବା କହିଛନ୍ତି ବଲିଉଡ ଅଭିନେତ୍ରୀ ସନି ଲଓନ। ଏକ ସାକ୍ଷତକାରରେ ସେ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଲକଡାଉନ ଭଲ। ଏହି ସମୟରେ ସେ ରୋଷେଇରେ ବ୍ୟସ୍ତ ରହୁଥିବା ବେଳେ ଘରକାମ କରୁଛନ୍ତି। ଏଥିରେ ଅଧିକାଂଶ ସମୟ ଯାଉଥିବା ବେଳେ ପିଲାଙ୍କ ପାଠପଢ଼ାରେ ମଧ୍ୟ ସେ ସହଯୋଗ କରୁଛନ୍ତି। ଏହି କାମ କରିବା ଦ୍ବାରା ସେ ଫିଟ ରହୁଛନ୍ତି। ଘରେ ରହିବା ସହ କିଛି କାମ କରି ମାନସିକ ଭାବେ କ୍ରିୟାଶୀଳ ରହିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

 

Comments are closed.