ନଗର ଉନ୍ନୟନ ମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଚୌଦ୍ୱାର : ଚୌଦ୍ୱାର ପୌରାଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇ ଯାଇଛି । ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗଦେଇ ପ୍ରଥମେ ୧କୋଟି ୧୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଚୌଦ୍ୱାର ସଫେଇ କେନାଲ ଠାରୁ ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ରାସ୍ତା ନବିକରଣର ଶିଳାନ୍ୟାସ କରିବା ପରେ ୩୦ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିକରଣ ହୋଇଥିବା ମ୍ୟୁନିସିପାଲ ସରକାରୀ ହାଇସ୍କୁଲର ଉଦଘାଟନ କରିଥିଲେ। ଏଥି ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୧କୋଟ ୮୯ ଲକ୍ଷ ବ୍ୟୟ ଅଟକଳରେ ପ୍ରସ୍ତାବିତ ମଙ୍ଗୁଳି-ଡଗରାସାହି (ଚାଉଳିଆ)ପୋଲର ଶିଳାନ୍ୟାସ, ୯କୋଟି ୫୧ ଲକ୍ଷ ବ୍ୟୟରେ ଓଟିଏମ୍ ହାଇସ୍କୁଲରେ ପ୍ରସ୍ତାବିତ ଇଣ୍ଡୋର ଷ୍ଟାଡ଼ିୟମ୍, ୪୫ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ କଳିଙ୍ଗ ବିଦ୍ୟାପୀଠ ରୂପାନ୍ତରିକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ ।ଚୌଦ୍ୱାର ନିକଟ ଚଷାପଡ଼ା ଠାରେ ଜନସ୍ୱାସ୍ଥ୍ୟ ବିଭିଗ ତରଫରୁ ୨୨କୋଟି ଟଙ୍କା ବ୍ୟୟରେ ନିର୍ମିତ ସହରାଞ୍ଚଳ ଜଳଯୋଗାଣ ପ୍ରକଳ୍ପକୁ ମନ୍ତ୍ରୀ ଲୋକାର୍ପଣ କରିଥିଲେ। ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଚାନ୍ଦିନୀ ସୁମନ ସାହୁ, ସଂଜୀବ ରାୟ, ଜନସ୍ୱାସ୍ଥ୍ୟ ନିବାହୀ ଯନ୍ତ୍ରୀ ବାଳାସ ବେହେରା, ଶମ୍ଭୁନାଥ ସେଠୀ, ବିଜେଡ଼ି କଟକ ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ, ସମ୍ପାଦକ ଶୁଭେନ୍ଦୁ ସାମଲ, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ଯୁବ ସଭାପତି ଅର୍ଜୁନ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ପୂର୍ବତନ କାଉନସିଲର ,ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟା,ଦଳୀୟ କର୍ମୀ ହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Comments are closed.