ଶ୍ରୀଲଙ୍କାର ରାଜଧାନୀରେ ସିରିଜ୍ ବିସ୍ଫୋରଣ ; ୧୫୮ ମୃତ ଏବଂ ୩୦୦ରୁ ଉର୍ଦ୍ଧ୍ବ ଗୁରୁତର

ନୂଆଦିଲ୍ଲୀ: ଇଷ୍ଟର ପର୍ବ ଅବସରରେ ରବିବାର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ସିରିଜ ବୋମା ବିସ୍ଫୋରଣ ହୋଇଛି । ୩ଟି ଚର୍ଚ୍ଚ ଏବଂ ୩ଟି ପଞ୍ଚତାରକା ହୋଟଲରେ ଏହି ବିସ୍ଫୋରଣ ହୋଇଥିବା ଶ୍ରୀଲଙ୍କା ପୁଲିସ ସୂତ୍ରରୁ ପ୍ରକାଶ । ଏଥିରେ ପ୍ରାୟ ୧୫୮ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏଥିମଧ୍ୟରୁ ଗୋଟିଏ ବିସ୍ଫୋରଣ ରାଜଧାନୀ କଲୋମ୍ବୋରେ କୋଚ୍ଚିକାଡ଼େର ସେଣ୍ଟ୍‌ ଆନ୍ଥୋନି ଚର୍ଚ୍ଚରେ ହୋଇଛି । ଏହି ବିସ୍ଫୋରଣ ଶ୍ରୀଲଙ୍କା ସମୟ ଅନୁସାରେ ୮ଟା ୪୫ରେ ହୋଇଛି ।

 

ସେହିପରି ଦ୍ବିତୀୟ ବିସ୍ଫୋରଣ କଟୁବାପିଟିଆ ଚର୍ଚ୍ଚରେ ଏବଂ ତୃତୀୟ ବିସ୍ଫୋରଣ ବଟ୍ଟୀକଲାଓ ଚର୍ଚ୍ଚରେ ହୋଇଛି । ଏହା ବ୍ୟତୀତ ରାଜଧାନୀ କଲମ୍ବୋରେ ପଞ୍ଚ ତାରାକା ହୋଟେଲ ସାଙ୍ଗ୍ରି-ଲା, ସିନ୍ନାମନ୍ ଗ୍ରାଣ୍ଡ ଏବଂ କିଙ୍ଗ୍ସବରୀ ହୋଟେଲରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୩୫ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ଶ୍ରୀଲଙ୍କା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିରିଜ ବିସ୍ଫୋରଣରେ ୧୫୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ କଲମ୍ବୋ ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.