ଜୟପାଟଣା ଏବଂ ମୁଖୀଗୁଡା ରେ ବନ୍ଦ ସଫଳ

ମୁଖୀଗୁଡା: ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତିସଭ୍ୟ ପଦବୀରେ ଆଦିବାସୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦେଉନଥିବା ପ୍ରତିବାଦରେ ଆଦିବାସୀ ସଂଘ ଜୟପାଟଣା ବ୍ଲକ ତରଫରୁ ଜୟପାଟଣା ଏବଂ ମୁଖୀଗୁଡାର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରା ଯାଇଥିଲା। ଶିକ୍ଷାନୁଷ୍ଠାନ ଖୋଲା ରହିଥିଲା। ଆଦିବାସୀ ସଂଘ ଜୟପାଟଣା ବ୍ଲକ ସଭାପତି ଲକ୍ଷଣ ମାଝୀ, ଉପସଭାପତି ଗଙ୍ଗାଧର ପାତ୍ର, ଅଙ୍ଗଦ ମାଝୀ, ବିଜୟ ଦିଶାରୀ, ସମ୍ପାଦକ ପୁରୁଷୋତ୍ତମ ମାଝୀ ପ୍ରମୁଖ ପିକେଟିଂ କରି ବନ୍ଦ ସଫଳ କରିଥିଲେ। ଜୟପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୋଟେର-ମୁଖୀଗୁଡା ରାସ୍ତା ଅବରୋଧ କରିବା ଯୋଗୁଁ ଲୋକେ ଅସୁବିଧାର ସମ୍ଭୁଖୀନ ହୋଇଥିଲେ। ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା।

Comments are closed.