ଗାଁକୁ ଫେରିଲା ମହିଳା ଦାଦନ ଶ୍ରମିକଙ୍କ ମୃତଦେହ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କର୍ମେଲି ଗାଁକୁ ମହିଳା ଦାଦନ ଶ୍ରମିକ ପୁଷ୍ପା ନାଏକ (୪୦)ଙ୍କ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ଗାଁକୁ ଫେରିଛି। ସୂଚନା ଅନୁଯାୟୀ ପୁଷ୍ପା ଗତ ୬ ମାସ ତଳେ ହାଇଦ୍ରାବାଦର ବିପିଏମ କମ୍ପାନୀରେ କାମ କରୁଥିଲେ। ଗତ ୨୮ ଜୁନ ମଙ୍ଗଳବାର ଦିନ କାମ କରୁଥିବା ବେଳେ ବିଲ୍ଡିଂରୁ ଖସି ଯାଇଥିବା ବେଳେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଗାଁକୁ ଶବ ଫେରିଛି। କମ୍ପାନୀ ପକ୍ଷରୁ ୨୦ ହଜାର ଟଙ୍କା ପରିବାରକୁ ମିଳିଥିବା ବେଳେ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ପୁଷ୍ପା ବାନେର ଗ୍ରାମରେ ବିବାହ କରିଥିଲେ। ୧୦ ଦଶ ବର୍ଷ ହେଲା ସ୍ୱାମୀ ଛାଡି ଦେବାରୁ ନିଜ ବାପଘର କର୍ମେଲି ଗାଁରେ ରହୁଥିଲେ।ପୁଷ୍ପାର ପରିବାର କହିଲେ ବୁଢ଼ୀ ମାଟିଏ ଥିବା ବେଳେ ଝିଅର ମୃତ୍ୟୁରେ ସେ ବେସାହାରା ହୋଇପଡିଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଦାବି ହୋଇଛି।

Comments are closed.