ଫସଲ କ୍ଷତିର କ୍ଷତିପୂରଣ ପାଇ ନାହାଁନ୍ତି ୪୭୮ଜଣ ଚାଷୀ

ମୁଖୀଗୁଡା : ଜୟପାଟଣା ବ୍ଲକର ୪୭୮ଜଣ ଚାଷୀ ଫସଲ କ୍ଷତିର କ୍ଷତିପୂରଣ ପାଇ ନାହାଁନ୍ତି । ଜୟପାଟଣା ତହସିଲ କାର୍ୟ୍ୟାଳୟ ରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮ରେ ଜୟପାଟଣା ବ୍ଲକର ୧୭୬୧ଜଣ ଚାଷୀଙ୍କ ଖରିଫ ଧାନ ଫସଲ ପୋକ ଆକ୍ରମଣ ଯୋଗୁଁ ନଷ୍ଟ ହୋଇଥିଲା।
ସେଥି ମଧ୍ୟରୁ ୧୨୮୩ ଜଣ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ଥିବା ଚାଷୀ କ୍ଷତିପୂରଣ ପାଇଥିବା ବେଳେ ୨୧ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥିବାରୁ ଏବଂ ୮୬ ଜଣ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ ଭୁଲ ଥିବାରୁ କ୍ଷତିପୂରଣ ପାଇ ପାରି ନାହାନ୍ତି। ୩୭୧ଜଣ ଚାଷୀଙ୍କ ଅନ୍ୟ ବ୍ୟାଙ୍କରେ ଆକାଉଣ୍ଟ ଥିବାରୁ କ୍ଷତି ପୂରଣ ପାଇ ପାରି ନଥିବା ଜଣାଯାଇଛି । ୨୯୫ ଚାଷୀଙ୍କ ବିସିସିବି ଆକାଉଣ୍ଟ ,୫୪ଜଣ ଚାଷୀଙ୍କ ଆଇଓବି ଆକାଉଣ୍ଟ ,୨୦ଜଣ ଚାଷୀଙ୍କ ଯୁଯିବି ଆକାଉଣ୍ଟ ଏବଂ ୨ଜଣଙ୍କର ବିଓଆଇ ଆକାଉଣ୍ଟ ଥିବା ଚାଷୀ କ୍ଷତିପୂରଣ ପାଇପାରି ନଥିବା ଜଣାଯାଇଛି । ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ବ୍ୟତୀତ ଅନ୍ୟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଚାଷୀ ଚାଷୀଙ୍କ କ୍ଷତିପୂରଣ ପାଇବା ପାଇଁ ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଅନ୍ୟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଚାଷୀଙ୍କ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଉଛି ।

Comments are closed.