MEllora 950×100

ରାକ୍ଷୀଙ୍କୁ ସାହା ହେଲେ ଅମ୍ବାନୀ, କଲେ ଏପରି ସାହାଯ୍ୟ

ମୁମ୍ବାଇ: ବଲିଉଡ଼ର ଡ୍ରାମା କ୍ବିନ୍‌ ରାକ୍ଷୀ ସାୱନ୍ତ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଆଦିଲ ଖାନ୍‌ଙ୍କ ସହ ତାଙ୍କ ବିବାହ ଯାତ୍ରା ସେତେଟା ସହଜ ନୁହେଁ। ଗୋଟିଏ ପଟେ ରାକ୍ଷୀ ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତିତ ଥିବା ବେଳେ ଅନ୍ୟ ପଟେ ତାଙ୍କ ମାଆଙ୍କ ଅସୁସ୍ଥତା ତାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। କର୍କଟ ପରେ ରାକ୍ଷୀଙ୍କ ମାଆଙ୍କୁ ଏବେ ବ୍ରେନ୍‌ ଟ୍ୟୁମର ହୋଇଛି ଏବଂ ସେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ନିକଟରେ ରାକ୍ଷୀ ତାଙ୍କ ମାଆଙ୍କ ରୋଗ ବିଷୟରେ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ, ମୁକେଶ ଅମ୍ବାନୀ ତାଙ୍କ ମାଆଙ୍କ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି।


ରାକ୍ଷୀ କହିଛନ୍ତି, ‘‘ମୋ ମାଆ କାହାକୁ ଚିହ୍ନି ପାରୁ ନାହାନ୍ତି। ସେ ଠିକ୍‌ରେ​‌ ଖାଇ ମଧ୍ୟ ପାରୁ ନାହାନ୍ତି। ତାଙ୍କ ଅର୍ଦ୍ଧାଧିକ ଶରୀର ଅଚଳ ହୋଇଯାଇଛି’’। ଆଗକୁ ଭାବପ୍ରବଣ ହୋଇ ରାକ୍ଷୀ କହିଛନ୍ତି, ‘‘ମୁଁ ଅମ୍ବାନୀ ମହାଶୟଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ସେ ମୋ ମାଆଙ୍କ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି। ହସ୍ପିଟାଲର ମହଙ୍ଗା ଚିକିତ୍ସା ମୋ ପାଇଁ କମ୍‌ କରାଇ ଦେଉଛନ୍ତି’’। ରାକ୍ଷୀଙ୍କ ଏହି ଭିଡଓ ଦେଖି ସମସ୍ତେ ତାଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.