ମୁକେଶ ଅମ୍ବାନୀ ବିଶ୍ବର ୭ମ ଧନୀ ବ୍ୟକ୍ତି; ସମ୍ପତ୍ତି ୭୦ ବିଲିୟନ୍‌ ଡଲାର ଟପିଲା

 

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ମୁଖ୍ୟ ମୁକେଶ ଅମ୍ବାନୀ ହୋଇଛନ୍ତି ବିଶ୍ବର ସପ୍ତମ ଧନୀ ବ୍ୟକ୍ତି  ମୁକେଶଙ୍କ ସମ୍ପତ୍ତି ପରିମାଣରେ ଅହେତୁକ ବୃଦ୍ଧି ତାଙ୍କୁ ଏହି ସଫଳତା ଆଣିଦେଇଛି । ଜୁନ୍‌ରେ ଧନୀ ତାଲିକାର ୧୧ତମ ଏବଂ ଏହାର ଦିନକ ପରେ ୯ମ ସ୍ଥାନକୁ ଉଠିବା ପରେ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୭ମ ସ୍ଥାନକୁ ଉଠିଛନ୍ତି । ମୁକେଶ ଅମ୍ବାନୀଙ୍କ ବର୍ତ୍ତମାନର ସମ୍ପତ୍ତି ମୂଲ୍ୟ ୭୦.୧ ବିଲିୟନ୍‌ ଡଲାରରେ ପହଞ୍ଚିଛି ।ଏହାସହ ସେ ୱର୍କସାୟାର ହାଥୱେର ମୁଖ୍ୟ ୱାରେନ୍‌ ବଫେଙ୍କୁ ସମ୍ପତ୍ତି ତାଲିକାରେ ପଛରେ ପକାଇଛନ୍ତି । ଜୁନ୍‌ରେ ମୁକେଶ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ କ୍ଲବରେ ସାମିଲ ହୋଇଥିଲେ ।
ଶୁକ୍ରବାର ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସେୟାର ମୂଲ୍ୟ ଏହାର ସର୍ବକାଳୀନ ଶୀର୍ଷ ସ୍ତର ୧୮୮୪ ଟଙ୍କା ପଇସାକୁ ଉଠିଛି । ଏହାଛଡା ରିଲାଏନ୍ସ ଗ୍ରୁପର ବଜାର ପୁଞ୍ଜି ୧୧.୯୦ ଲକ୍ଷ ​କୋଟି ଟଙ୍କାରେ ପହଞ୍ଚିଛି । ଜୁନ୍‌ ମାତ୍ର ୫୮ ଦିନ ମଧ୍ୟରେ ୧,୬୮,୮୧୮ କୋଟି ଟଙ୍କାର ନିବେଶ ଆସିବା ଏବଂ ତାଙ୍କ ଗ୍ରୁପ ଆର୍‌ଆଇଏଲ୍‌ ଏକ ନେଟ୍‌ ଋଣମୁକ୍ତ କମ୍ପାନୀରେ ପରିଣତ ହେବା ଫଳରେ ମୁକେଶ ଧନୀ ତାଲିକାରେ ଗୁଗୁଲ୍‌ର ଲ୍ୟାରୀ ପେଜ୍‌ଙ୍କୁ ଅତିକ୍ରମ କରି ୯ମ ସ୍ଥାନକୁ ଉଠିଥିଲେ । ବର୍ତ୍ତମାନ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜସ୍‌ ୧୮୬.୮ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ତାଲିକାର ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ମାଇକ୍ରୋସଫ୍ଟର ବିଲ୍‌ ଗେଟ୍‌ସ ୧୧୦.୫ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି ।

Comments are closed.