ସରକାରୀ ତଥ୍ୟଠାରୁ ବହୁ ଅଧିକ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ଅଧିକାଂଶ ଦେଶରେ ସରକାରୀ ଭାବେ ଯେତିକି ସଂଖ୍ୟାରେ କରୋନା ମୃତକ ଚିହ୍ନଟ ହୋଇଛନ୍ତି ତା’ର ବାସ୍ତବ ତଥ୍ୟ ବହୁତ ଅଧିକ। ୱାଶିଂଟନ ବିଶ୍ବବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଫର ହେଲଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍‌ (ଆଇଏଚଏମ୍‌ଇ)ର ତଥ୍ୟ ଅନୁଯାୟୀ ବିଭିନ୍ନ ଦେଶରେ ସରକାରୀ ଭାବେ ଯେଉଁ ସଂଖ୍ୟାରେ କରୋନା ମୃତକ ଚିହ୍ନଟ ହୋଇଛନ୍ତି ବାସ୍ତବରେ ଏହାର ସଂଖ୍ୟା ପ୍ରାୟ ୧୩ଗୁଣା ଅଧିକ। ବିଶ୍ବର ସର୍ବାଧିକ କରୋନା ପ୍ରଭାବିତ ଦେଶ ଆମେରିକାରେ ୫.୭ଲକ୍ଷ କରୋନା ମୃତକ ଚିହ୍ନଟ ହୋଇଥିବାବେଳେ ଏହାର ବାସ୍ତବ ସଂଖ୍ୟା ୯ଲକ୍ଷ ହେବ ବୋଲି କୁହାଯାଇଛି।

ସେହିପରି ଦ୍ବିତୀୟ ସର୍ବାଧିକ ପ୍ରଭାବିତ ଦେଶ ଭାରତରେ ସରକାରୀ ତଥ୍ୟ ଅନୁଯାୟୀ କରୋନା ମୃତକଙ୍କ ସଂଖ୍ୟା ୨.୨ ଲକ୍ଷ ହୋଇଥିବାବେଳେ ଏହାର ବାସ୍ତବ ତଥ୍ୟ ୬.୫ଲକ୍ଷ ହେବ ବୋଲି କୁହାଯାଇଛି। ମେକ୍ସିକୋରେ ୨.୧୭ଲକ୍ଷ ପ୍ରାଣ ହରାଇଥିବାବେଳେ ଏହାର ବାସ୍ତବ ତଥ୍ୟ ୬.୧୭ଲକ୍ଷ ହେବ। ରୁଷ୍‌ରେ ବାସ୍ତବ କରୋନା ମୃତ୍ୟୁ ସରକାରୀ ତଥ୍ୟର ୫ଗୁଣା ଅଧିକ।

Comments are closed.