କାମ କରୁନି ଏମ୍‌ଏସ୍‌ଏମ୍‌ଇ ବିଭାଗର ଟୁଇଟର ଆକାଉଣ୍ଟ

ଜୁନ୍‌ରୁ ଅକାମୀ, ଉଦ୍ୟୋଗୀ ନିରାଶ; ସଚିବ କହିଲେ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ

ଭୁବନେଶ୍ବର : ସମ୍ପ୍ରତି ଦେଶରେ ଡିଜିଟାଲାଇଜେସନକୁ ଆଗେଇନେବା ପାଇଁ ଯେଉଁ ଅଭିଯାନ ଆରମ୍ଭ କରାଯାଇଛି ସେଥିରେ ଓଡ଼ିଶା ସକ୍ରିୟ ଭୂମିକା ଗ୍ରହଣ କରିଛି। ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖି କରାଇବା ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଏହି ଅନୁକ୍ରମରେ ପ୍ରତ୍ୟେକ ବିଭାଗ ସୋସିଆଲ ମିଡିଆରେ ସକ୍ରିୟ ରହିବା ​‌ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ଶିଳ୍ପଦ୍ୟୋଗୀ ଓ ଶିଳ୍ପ ସଂଘଗୁଡିକୁ ଯୋଡିବା ଦ୍ବାରା ବିଭିନ୍ନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଦେଉଥିବା ସୁଚିନ୍ତିତ ମତାମତ ସରକାରଙ୍କ ନଜରକୁ ଆସିପାରିବ। କୋଭିଡ୍‌ ପରିପ୍ରେକ୍ଷୀରେ ଅର୍ଥନୀତିକୁ ତ୍ବରିତ କରିବା ପାଇଁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଭୂମିକା ​‌ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଏଭଳି ସମୟରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ଟୁଇଟର ଆକାଉଣ୍ଟ କାମ କରୁ ନ ଥିବା ନେଇ ଅଭିଯୋଗ ହୋଇଛି। ବିଭିନ୍ନ ଶିଳ୍ପ ସଂଘ ଏ ନେଇ ଅସ​‌େ​‌ନ୍ତାଷ ବ୍ୟକ୍ତ କରିବା ସହ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏ ଦିଗ​ରେ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ​‌ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।
ସମ୍ପ୍ରତି ​‌କୋଭିଡ୍‌-୧୯ ଯୋଗୁ ସବୁ କ୍ଷେତ୍ର ପ୍ରଭାବିତ। ଏଥିଯୋଗୁ କାମଧନ୍ଦା ହରାଇ ବାହାରୁ ରାଜ୍ୟକୁ ଫେରିଆସିଛନ୍ତି ଲକ୍ଷାଧିକ ପ୍ରବାସୀ ଶ୍ରମିକ। ସେମାନଙ୍କୁ କାମ ଯୋଗାଇବା ଏବେ ରାଜ୍ୟ ସରକାରଙ୍କ ଆଗରେ ବଡ ଚ୍ୟାଲେଞ୍ଜ। ସରକାର ଏହି ପ୍ରବାସୀମାନଙ୍କୁ ନିଯୁକ୍ତି ଦେବାକୁ ଏମ୍‌ଏସ୍‌ଏମ୍‌ଇ ​ କ୍ଷେତ୍ରକୁ ହିଁ ଗୁରୁତ୍ବ ଦେଉଛନ୍ତି। ଏମ୍‌ଏସ୍‌ଏମ୍‌ଇ ହିଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ, ଏହି ଲକ୍ଷ୍ୟ ​ନେଇ ଉଭୟ ​‌କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନ ଉ​‌େ​‌ଦ୍ୟାଗୀମାନଙ୍କ ପାଇଁ ବିଭିନ୍ନ ପ୍ରୋତ୍ସାହନ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏଭଳି ସମୟରେ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ବିଭାଗର ଟୁଇଟର ଆକାଉଣ୍ଟ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କାମ କରୁନାହିଁ। ୨୦୧୯ ଜୁନ୍‌ ୨୭ଠାରୁ ଏ ପର୍ଯ୍ୟନ୍ତ ବିଭାଗର ଟୁଇଟର ହ୍ୟାଣ୍ଡେଲରେ ​ଗୋଟିଏ ବି ତଥ୍ୟ ଅପ୍‌ଲୋଡ୍‌ ହୋଇନାହିଁ। ​‌କୋଭିଡ୍‌-୧୯ ସମୟ​ରେ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଟୁଇଟରରେ ହିଁ ପ୍ରଥମେ ଅପ୍‌ଲୋଡ୍‌ କରୁଛନ୍ତି। ତେବେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଟୁଇଟର ହ୍ୟାଣ୍ଡେଲ ଅକାମୀ ହୋଇରହିବା ଫଳରେ ଉଦ୍ୟୋଗୀମାନେ ସରକାରଙ୍କ ଆଡୁ ନିଆଯାଉଥିବା କୌଣସି ପଦକ୍ଷେପକୁ ତତ୍‌କ୍ଷଣାତ୍‌ ଜାଣିପାରୁନାହାନ୍ତି କି କୌଣସି ପ୍ରସଙ୍ଗରେ ବିଭାଗକୁ ଗଠନମୂଳକ ପ୍ରସ୍ତାବ ବି ଦେଇପାରୁନାହାନ୍ତି। ଏହାଦ୍ବାରା ଉଦ୍ୟୋଗୀମାନଙ୍କ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ପୂର୍ବରୁ ଏହି ବିଭାଗରେ ଏଲ୍‌.ଏନ୍‌. ଗୁପ୍ତା ଏବଂ ହେମନ୍ତ ଶର୍ମାଙ୍କ ଭଳି ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରହିଥିଲେ ସୁଦ୍ଧା ଏ ଯାଏ ବିଭାଗର ଟୁଇଟର ଆକାଉଣ୍ଟ ନିଷ୍କ୍ରିୟ ଅଛି। ଏ ସମ୍ପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଥିଲେ ଯେ, ଯଦି ଏଭଳି କିଛି ହୋଇଥାଏ ତାକୁ ସଜାଡିକୁ ପଦ​‌େ​‌କ୍ଷପ ନିଆଯିବ। ଯଦିଓ ଏହା ଦୃଷ୍ଟିକୁ ଆସିନାହିଁ ତଥାପି ଆମେ ଉଦ୍ୟୋଗୀମାନଙ୍କ ସହ ନିୟମିତ ଭାବେ ସମ୍ପର୍କ​ରେ ରହିଛୁ। ବର୍ତ୍ତମାନ ଉଦ୍ୟୋଗୀମାନଙ୍କ ସମସ୍ୟାର ସମାଧାନ ଉପରେ ଆମେ ପ୍ରାଥମିକତା ଦେଉଛୁ। ଏମ୍‌ଏସ୍ଏମ୍‌ଇ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେଇ ତାହାକୁ କିଭଳି ଭାବେ ଆଗକୁ ବଢ଼ାଯାଇପାରିବ ତାହା ଏବେ ଆମପାଇଁ ପ୍ରଥମ କାମ । ତେବେ କଥା ହେଉଛି ସମ୍ପ୍ରତି ସିଏମ୍‌ଓ ଓଡ଼ିଶାର ଟୁଇଟର ଆକାଉଣ୍ଟର ଫଲୋଅରଙ୍କ ସଂଖ୍ୟା ପାଖାପାଖି ୭ ଲକ୍ଷ ରହିଥିବା​ବେଳେ ଶିଳ୍ପ ବିଭାଗର ପାଖାପାଖି ୫୦,୦୦୦ ରହିଛି। ତେବେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଟୁଇଟର ଆକାଉଣ୍ଟରର ଫଲୋଅରଙ୍କ ସଂଖ୍ୟା ୧୦,୦୦୦ ରହିଛି। ଆକାଉଣ୍ଟ ଚାଲୁ ନ ଥିବା ଯୋଗୁ ଏଥିରେ ଫଲୋଅରଙ୍କ ସଂଖ୍ୟା ଆଉ ବଢ଼ୁନାହିଁ। ଏଥିଯୋଗୁ ଆଉ କୌଣସି ତଥ୍ୟର ଟ୍ୟାଗିଂ କରିବାକୁ ଉଦ୍ୟୋଗୀ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ସେଣ୍ଟର ଫର ପଲିସି ଗଭର୍ଣ୍ଣାଶ ଆଡଭୋକେସି ପକ୍ଷରୁ ପ୍ରଥମ କରି ଏ ସମ୍ପର୍କରେ ଚଳିତବର୍ଷ ଏପ୍ରିଲ ୩୦ରେ ଟୁଇଟ କରି ଶିଳ୍ପ ବିଭାଗକୁ ଅବଗତ କରାଯାଇଥିଲା। ଏହା ଉପରେ ଅନୁଷ୍ଠାନର ଅଧ୍ୟକ୍ଷ ତେଜେଶ୍ବର ପରିଡା କୁହନ୍ତି, ଆଗକୁ ତୃତୀୟ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ରହିଛି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ରାଜ୍ୟ ବାହାରର ଉଦ୍ୟୋଗୀମାନେ ଏମ୍ଏସ୍‌ଏମ୍‌ଇ ବିଭାଗ ସହ ଯୋଡିହେବାକୁ ଚାହିଁବେ। ଏଭଳି ସମୟରେ ବିଭାଗର ଟୁଇଟର ହ୍ୟାଣ୍ଡେଲ ଅଚଳ ହେବା ଦୁର୍ଭାଗ୍ୟର କଥା। ଆହୁରିମଧ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ଇ-ମେଲ୍‌ ଆଇଡି ମଧ୍ୟ ନାହିଁ। ଏହାକୁ ମଧ୍ୟ ସାର୍ବଜନୀନ କରିବାକୁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି।
ତେବେ​‌ ପ୍ରସଙ୍ଗ ଉପରେ ଓଡ଼ିଶା ଶିଳ୍ପ ସଂଘର ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ କହିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ ବିଭାଗର ଟୁଇଟର ଆକାଉଣ୍ଟ ନିଷ୍କ୍ରିୟ ରହିବା ଏକ ଦୁର୍ଭାଗ୍ୟଜନକ କଥା। ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର କିଭଳି ଭାବେ ବିକାଶ ହେବ ତାହା ଉପରେ ଗୁରୁତ୍ବ ଦେଉଥିବାବେଳେ ଏଭଳି ଘଟଣା ନିଶ୍ଚିତ ଭାବେ ଛୋଟ ଉଦ୍ୟୋଗୀଙ୍କ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଥିବାର ପ୍ରମାଣ କରୁଛି। ଓଡ଼ିଶା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମି)ର ମହାସଚିବ ସ୍ବାତ୍ତ୍ବିକ ସ୍ବାଇଁ କହିଛନ୍ତି ଯେ, ସରକାର ଏବେ ସମସ୍ତଙ୍କୁ କହୁଛନ୍ତି ଟୁଇଟର ଆକାଉଣ୍ଟ ଖୋଲିବାକୁ। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟରରେ ବେଶ ସକ୍ରିୟ। କେବଳ ଏମ୍‌ଏସ୍‌ଏମ୍‌ଇ ବିଭାଗକୁ ଛାଡିଦେଲେ ବାକି ସବୁ ବିଭାଗର ଟୁଇଟର ହ୍ୟାଣ୍ଡେଲ ସକ୍ରିୟ ରହିଛି। ​ତେଣୁ ଆମେ ନୂଆ ଏମ୍‌ଏସ୍‌ଏମ୍‌ଇ ସଚିବଙ୍କୁ ଏତିକି ଅନୁରୋଧ କରିବୁ ସେ ଯେତେଶୀଘ୍ର ବିଭାଗୀୟ ଟୁଇଟର ଆକାଉଣ୍ଟକୁ ସକ୍ରିୟ କରୁନ୍ତୁ। ଯଦି ଏହାର ଆଇଡି କିମ୍ବା ପାସୱାର୍ଡ ନାହିଁ ତେ​ବେ​‌ ନୂଆ ଆଇଡି ଖୋଲି ପାସୱାର୍ଡ ଦେଇ ଆକାଉଣ୍ଟକୁ ସକ୍ରିୟ କରାଯାଉ। ଏହାଫଳରେ ଅନେକ ଉଦ୍ୟୋଗୀ ସେମାନଙ୍କର ଅଭିଯୋଗ ଏବଂ ଭଲ ମନ୍ଦ ଏହା ଜରିଆରେ ବିଭାଗର ଦୃଷ୍ଟିକୁ ଆଣିପାରିବେ।

Comments are closed.