ଅମ୍ପାୟାରଙ୍କୁ ପ୍ରଭାବିତ କରିବାରୁ ଧୋନିଙ୍କୁ ସମାଲୋଚନା

ଦୁବାଇ : ଆଇପିଏଲ୍‌ରେ ମଙ୍ଗଳବାର ଚେନ୍ନଇ ସୁପର କିଙ୍ଗ୍‌ସ ଓ ସନ୍‌ରାଇଜର୍ସ ହାଇଦରାବାଦ୍‌ ମ୍ୟାଚ୍‌ରେ ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାର ପଲ୍‌ ରୈଫଲ୍‌ଙ୍କୁ ପ୍ରଭାବିତ କରି ନିଷ୍ପତ୍ତି ବଦଳାଇ ଦେଇଥିବା ଅଭିଯୋଗ ହୋଇଥିଲା। ସନ୍‌ରାଇଜର୍ସର ରସିଦ୍‌ ଖାଁ ବ୍ୟାଟିଂ କରୁଥିବା ବେଳେ ଚେନ୍ନଇର ସାର୍ଦୁଳ ଠାକୁର ଏକ ବଲ୍‌ ଅଫଷ୍ଟମ୍ପ ବାହାରକୁ ପକାଇଥିଲେ। ଅମ୍ପାୟାର ରୈଫଲ୍‌ ଏହାକୁ ୱାଇଡ୍‌ ଦେବାକୁ ଯାଉଥିବା ବେଳେ ଧୋନି ଯେପରି ଭାବେ ହାବଭାବ ପ୍ରଦର୍ଶନ କଲେ ତାହାକୁ ଦେଖି ପ୍ରଭାବିତ ହୋଇ ଅମ୍ପାୟାର ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ଭାଷ୍ୟକାର ଭାବେ ଦାୟିତ୍ବ ନିର୍ବାହ କରୁଥିବା ପୂର୍ବତନ ୱେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ ଇଅନ୍‌ ବିଶପ୍‌ କହିଛନ୍ତି ଧୋନିଙ୍କ ଭାବଭଙ୍ଗୀରେ ପ୍ରଭାବିତ ହୋଇ ଅମ୍ପାୟାର ନିଜ ନିଷ୍ପତ୍ତି ବଦଳାଇଥିଲେ। ଅମ୍ପାୟାର ଏପରି କରିବା ଏକ ଭୁଲ୍‌। ହାଇଦରାବାଦ୍ ଦଳର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର୍‌ ମଧ୍ୟ ଧୋନିଙ୍କ ଏପରି ବ୍ୟବହାରରେ ଅସନ୍ତୋଷ ବ୍ୟକ୍ତ କରିଥିବାଦେଖିବାକୁ ମିଳିଥିଲା।

Comments are closed.