ୱେବ୍‍ ସିରିଜ୍‍ର ପ୍ରଯୋଜନା କରିବେ ଧୋନି

ମୁମ୍ବଇ : ଚଳିତବର୍ଷ ଆନ୍ତର୍ଜାତିକ କ୍ରିକେଟ୍‍ରେ ଅବସର ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନି। ମନୋରଞ୍ଜନ ଦୁନିଆ ପାଇଁ କିଛି କ୍ଷୁଦ୍ର ଫିଲ୍ମ ଓ ୱେବ୍‍ ସିରିଜ୍‍ ପ୍ରୟୋଜନା କରିବାକୁ ଯାଉଛନ୍ତି। ତାଙ୍କ ନେତୃତ୍ୱରେ ଭାରତକୁ ୨ଟି ବିଶ୍ୱକପ୍‍ ଜିତାଇଥିବା ମହେନ୍ଦ୍ର ସିଂହ ଧୋନି କିଛିବର୍ଷ ତଳେ ନିଜର ପ୍ରଯୋଜନା କମ୍ପାନୀ ‘ଧୋନି ଏଣ୍ଟରଟେନ୍‍ମେଣ୍ଟ’ ଖୋଲି ମନୋରଞ୍ଜନ ଦୁନିଆରେ ପାଦ ଥାପିଥିଲେ। ୨୦୧୯େରେ ତାଙ୍କ କମ୍ପାନୀ ପ୍ରଯୋଜନା କରିଥିବା ପ୍ରଥମ ବୃତ୍ତଚିତ୍ର ବା ଡକ୍ୟୁମେଣ୍ଟାରୀ ହେଉଛି ‘ରୋର୍‍ ଅଫ୍‍ ଦି ଲାୟନ୍‍। କବିର ଖାଁ ପ୍ରଯୋଜିତ ଏହି ଡକ୍ୟୁମେଣ୍ଟାରି ଆଇପିଏଲ୍‍ ଦଳ ଚେନ୍ନଇ ସୁପର କିଙ୍ଗ୍‍ସ ଉପରେ ଆଧାରିତ ଥିଲା। ଏବେ ସେ ଏକ ୱେବ୍‍ ସିରିଜ୍‍ ନିର୍ମାଣ କରିବାକୁ ଯାଉଛନ୍ତି। ଏବେ ଧୋନି ଯେଉଁ ୱେବ୍‍ ସିରିଜ୍‍ ନିର୍ମାଣ କରିବାକୁ ଯାଉଛନ୍ତି; ତାହା ପୌରାଣିକ କଥା ଓ ବିଜ୍ଞାନର ମିଶ୍ରଣ। ପୁରାତନ ଧାରଣା ଓ ବୈଜ୍ଞାନିକ ମତ ମଧ୍ୟରେ ଏହି ୱେବ୍‍ ସିରିଜ୍‍ର କାହାଣୀ ଆଧାରିତ। ଏହା ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଧୋନି ଏଣ୍ଟରଟେନ୍‍ମେଣ୍ଟର ପରିଚାଳନା ନିର୍ଦେଶିକା ତଥା ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି କହିଛନ୍ତି।

Comments are closed.