ଗୋଆରେ ଚମକିଲେ ଓଡ଼ିଆ ଝିଅ: ମିସ ଇଣ୍ଡିଆ ଚାର୍ମିଂ ପ୍ରତିଯୋଗିତାରେ ଅପର୍ଣ୍ଣା ଦାଶ ତୃତୀୟ ରନର୍ସଅପ୍ ବିବେଚିତ

ଗୋଆ: ଗୋଆରେ ଚମକିଲେ ଓଡ଼ିଆ ଝିଅ । ପୁରୀର ଅପର୍ଣା ଦାଶ ମିସ୍ ଇଣ୍ଡିଆ ଚାର୍ମିଂ ପ୍ରତିଯୋଗିତାରେ ତୃତୀୟ ରନର୍ସ ଅପ୍ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହା ସହ ସେ ମିସ୍ ତ ମିସ୍‌ ଇଣ୍ଡିଆ ଫଟୋଜେନିକ୍‌ ଫେସ୍‌ ପ୍ରତିଯୋଗିତାରେ ସେ ଚାମ୍ପିଅନ୍‌ ହୋଇଛନ୍ତି । ପ୍ରଥମେ ଭର୍ଚୁଆଲ୍‌ ମୋଡରେ ପ୍ରତିଯୋଗିତା ପରେ ଶେଷରେ ଗୋଆରେ ଚୂଡ଼ାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅପର୍ଣା ଶ୍ରେଷ୍ଠ ୩ଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।

ଏହାର ଶ୍ରେୟ ନିଜ ବାପା ଓ ମା’ଙ୍କୁ ଦେଇଛନ୍ତି ଅପର୍ଣା । ବାପା ଶ୍ରୀକାନ୍ତ ଦାଶ ଓ ମା ସ୍ବାଧୀନା ଦାଶଙ୍କ ପ୍ରେରଣା ଓ ସମର୍ଥନା ବିନା ସେ ଏହି ପ୍ରତିଯୋଗିତା କେବେ ବି ଜିତି ପାରି ନ ଥାନ୍ତେ ବୋଲି ସେ କହିଛନ୍ତି । ଭୁବନେଶ୍ବରରେ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମ ​‌ଶେଷ କରିବା ପରେ ସେ ଜଳନ୍ଧରରେ ଫ୍ୟାସନ ଡ଼ିଜାଇନରେ ଡ଼ିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ।

Comments are closed.