କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ସାକ୍ଷାତ କଲେ ସାଂସଦ ସୁଜିତ କୁମାର, କେବିକେ ଅଞ୍ଚଳରେ ଜାତୀୟ ରାଜପଥ ନିର୍ମାଣ ଦାବୀ

କେବିକେ ଅଞ୍ଚଳରେ ଜାତୀୟ ରାଜପଥ ନିର୍ମାଣ ଏବଂ ରାଜପଥରେ ବାଇପାସ ଭିତ୍ତିଭୂମି ବିକାଶ ନେଇ କେନ୍ଦ୍ର ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ରାଜ୍ୟସଭା ସାଂସଦ ସୁଜିତ କୁମାର ସାକ୍ଷାତ କରି ଦାବୀ ଉପସ୍ଥାପନ କରିଛନ୍ତି। କେସିଙ୍ଗା ଠାରେ ଆରର୍ଭି – ୭୨ କେସିଙ୍ଗା ଓଭର ବ୍ରିଜ ପାଇଁ ୩୨୪ କୋଟି ଟଙ୍କାର ବ୍ୟୟ ବରାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ନୂଆପଡା ଜିଲ୍ଳାରେ ତିନି ଗୋଟି ସହରାଞ୍ଚଳକୁ ବାଇପାସ ନିର୍ମାଣ, ଖଡ଼ିଆଳ, ଖରିଆର ରୋଡ଼ ଏବଂ ନୂଆପଡା ବାଇପାସ ନିର୍ମାଣ, ପଲସରା ଠାରୁ ବାସନାକୁ ଏକ ନୂତନ ରାଜପଥ ନିର୍ମାଣ ଭାୟା ପାରଳାଖେମୁଣ୍ଡି, ଗୁଣପୁର, ବିଷମ କଟକ, ଭବାନୀପାଟଣା, ରାଜଖଡ଼ିଆଳ, କଣ୍ଟାବାଞ୍ଜି ପାଟଣାଗଡ଼, ପଦପୁର, ବଲାଙ୍ଗୀରରୁ ନୂଆପଡା ଭାୟା ପାଟଣାଗଡ଼, ରାମଭଦ୍ରପୁରମ ଠାରୁ ଟିଟିଲାଗଡ଼, ଜୁନାଗଡ଼ ଠାରୁ ରୁପ୍ରାରୋଡ଼, ଏବଂ ଟିଟିଲାଗଡ ଠାରୁ ଜଗଦଲପୁରକୁ ନୂତନ ରାଜପଥ ନିର୍ମାଣ ପାଇଁ ଦାବୀ କରିଛନ୍ତି। ସେହିପରି ଅନେକ ରାଜପଥ ଦାବୀ କରି ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ଦାବି କରିଛନ୍ତି।

Comments are closed.