କରୋନା ଯୋଦ୍ଧାଙ୍କ ମୃତ୍ୟୁ: ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ, ପତ୍ନୀଙ୍କୁ ଏସଆଇ ଚାକିରି ଦେବାକୁ ଘୋଷଣା

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ପୁଲିସ ଇନ୍ସପେକ୍ଟର ଦେବେନ୍ଦ୍ର ଚନ୍ଦ୍ରବଂଶୀଙ୍କର କରୋନା ଭୂତାଣୁରେ ମୃତ୍ୟୁ ଘଟିଛି। କରୋନା ବିରୋଧରେ ଲଢ଼େଇ ଶେଷରେ ସେ ପ୍ରାଣ ହରାଇଛନ୍ତି। ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ପତ୍ନୀଙ୍କୁ ପୁଲିସ ଏସଆଇ ଚାକିରି ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ରବିବାର ଘୋଷଣା କରିଛନ୍ତି।

ଚନ୍ଦ୍ରବଂଶୀଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଥିଲେ ଯେ, ଇନ୍ଦୋରରେ ଆମ ପୁଲିସ ଟିମର କର୍ତ୍ତବ୍ୟନିଷ୍ଠ ସଦସ୍ୟ, ଇନ୍ସପେକ୍ଟର ଦେବେନ୍ଦ୍ର ଚନ୍ଦ୍ରବଂଶୀ କରୋନା ବିରୋଧୀ ଯୁଦ୍ଧରେ ନିଜର ପ୍ରାଣ ତ୍ୟାଗ କରିଦେଇଛନ୍ତି। ସେ ୧୦ ଦିନ ଧରି ଇନ୍ଦୋରର ଅରୋବିନ୍ଦ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଅଚାନକ ଶନିବାର ରାତିରେ ତାଙ୍କର ମୃତ୍ୟୁ ଖବର ମିଳିଲା। ଏହା ଅତ୍ୟନ୍ତ ଦୁଃଖଦାୟକ।

Comments are closed.