ଅଶ୍ୱିନୀଙ୍କୁ ଭେଟିଲେ, ଜଣାଇଲେ କଳାହାଣ୍ଡିର ମୋବାଇଲ ନେଟୱର୍କ ଦୁରବସ୍ଥା

ନୂଆଦିଲ୍ଲୀ : କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଆଜି କେନ୍ଦ୍ର ସଞ୍ଚାର ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଆକାଂକ୍ଷା ଜିଲା କଳାହାଣ୍ଡି ଓ ନୂଆପଡ଼ା ଜିଲାରେ ବିପର୍ଯ୍ୟସ୍ତ ମୋବାଇଲା ନେଟୱର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କଳାହାଣ୍ଡି ଜିଲାର ୮୧ଟି ଏବଂ ନୂଆପଡ଼ା ଜିଲାର ୪୫ଟି ଗ୍ରାମ ପଞ୍ଚାୟତରେ ମୋବାଇଲ ନେଟୱାର୍କ ନ ଥିବା ବିଷୟ ଉଠାଇଥିଲେ। ସେହପରି ଅନ୍ୟାନ୍ୟ ଅଞ୍ଚଳରେ ମୋବାଇଲ ନେଟୱର୍କ ଅଭାବାରୁ ଲୋକ ମାନେ ଗଛ ଉପରେ ଚଢ଼ି ଫୋନରେ କଥାବାର୍ତ୍ତା ହେବା ଘଟଣା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଇଣ୍ଟରନେଟ ଅଭାବରୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବ୍ୟାହତ ହେବା ଦ୍ୱାରା ସେମାନଙ୍କ ଭବିଷ୍ୟତ ପ୍ରତି ଅନ୍ଧକାର ସୃଷ୍ଟି କରୁଛି। ଜରୁରୀ ପରିସ୍ଥିତିରେ ଲୋକ ନିଜର କାମ କରିପାରୁନାହାନ୍ତି। ଡିଜିଟାଲ ଯୁଗରେ ମୋବାଇଲ କମ୍ପାନୀଗୁଡ଼ିକ ଦ୍ୱାରା ଉଭୟ ଜିଲାରେ ମୋବାଇଲ ନେଟୱର୍କ ଏବଂ ଇଣ୍ଟରନେଟ ସୁବିଧା ଉପଲବ୍ଧ କରାଇବାକୁ ସାଂସଦ ପଣ୍ଡା ନିବେଦନ କରିଥିଲେ।

Comments are closed.