ସାଂସଦ ଅଶ୍ୱିନୀ ବୈଷ୍ଣବ ଭାରତୀୟ ‘ପ୍ରେସ୍ କାଉନସିଲ’କୁ ମନୋନୀତ

ଭୁବନେଶ୍ବର: ଭାରତୀୟ ‘ପ୍ରେସ୍ କାଉନସିଲ’ର ନୂତନ ସଦସ୍ୟ ଭାବେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମନୋନୀତ ହୋଇଛନ୍ତି। ନିୟମ ଅନୁଯାୟୀ ପରିଷଦର ସଦସ୍ୟ ଭାବେ ୨ଜଣ ରାଜ୍ୟସଭା ସାଂସଦ ଓ ୩ଜଣ ଲୋକସଭା ସାଂସଦଙ୍କୁ ମନୋନୀତ କରାଯିବ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କୟାନାଇଡୁ ପରିଷଦକୁ ଦୁଇଜଣ ସାଂସଦଙ୍କୁ ସଦସ୍ୟ ଭାବେ ମନୋନୀତ କରିଛନ୍ତି।

ଶ୍ରୀ ବୈଷ୍ଣବଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ କେ. କେଶବରାଓ ମଧ୍ୟ ପରିଷଦକୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶା କ୍ୟାଡ଼ରର ୧୯୯୪ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ବୈଷ୍ଣବ ୨୦୧୯ ଓଡ଼ିଶାରୁ ବିଜେପି ଟିକେଟରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Comments are closed.