ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଜୁନ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦେଶର ବାର୍ଷିକ ୭୦% ବର୍ଷା ଜୁନରୁ ସେପ୍ଟେମ୍ବର ମଧ୍ୟ ରେକର୍ଡ କରାଯାଇଛି।
ଭୂବିଜ୍ଞାନ ମନ୍ତ୍ରାଳାୟର ସଚିବ ସୂଚନା ଦେଇଛନ୍ତି ଠିକ ସମୟରେ ମୌସୁମୀ କେରଳ ଛୁଇଁବ। ଆଣ୍ଡାମାନ ସାଗରରେ ମୌସୁମୀ ସଠିକ ତାରିଖ ଏବଂ ଏହାର ପ୍ରଗତି ମଧ୍ୟପ୍ରଦେଶ ଭାରତରେ ପହଞ୍ଚିବା ପାଇଁ ସୂଚନା ଦେଇଛନ୍ତି।
ଏହାସହ ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ୪୦ ପ୍ରତିଶତ ରହିଥିବା ବେଳେ ଅଧିକ ବର୍ଷା ହେବାର ସମ୍ଭାବନା ୨୧ ପ୍ରତିଶତ ରହିଛି ବୋଲି ସୂଚନା ମିଳିଛି।

Comments are closed.