ଯୁବ ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

କଂଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଯୁବ ସାମ୍ବାଦିିକ ପ୍ରକାଶ ମହାରଣା (୪୫)ଙ୍କ ଅକାଳ ବିୟୋଗରେ ସାମ୍ବାଦିକ ସଂଘ କଂଟାବାଂଜି ତରଫରୁ ଏକ ଶୋକ ସଭା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସାମ୍ବାଦିକ କାର୍ଯ୍ୟାଳୟରେ ଏହା ହୋଇଛି। ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଜରୁରୀ କାଳିନ ଆହୁତ ବୈଠକରେ ସ୍ୱର୍ଗତ ମହାରଣାଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଛି। ସ୍ୱର୍ଗତ ମହାରଣା ଏକ ପ୍ରତିଷ୍ଠିତ ଦୈନିକ ଖବର କାଗଜ ସହ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମଧ୍ୟ ଥିଲେ। ତାଙ୍କ ବିୟୋଗରେ ଜିଲ୍ଲା ଏକ ଅମାୟିକ ମେଳାପି ଖବରଦାତାଙ୍କୁ ହରାଇଲା ବୋଲି ସ୍ମୃତି ଚାରଣ କରାଯାଇଛି।

ଏହି ଅବସରରେ ସ୍ୱର୍ଗତ ମହାରଣାଙ୍କ ପରିବାରଙ୍କୁ ସରକାର ଆର୍ଥିକ ସହାୟତା ଦେବା ପାଇଁ ପ୍ରସ୍ତାବ ଦେଇଛି। ଏପରିକି ସାମ୍ବାଦିକ ସଂଘ କଂଟାବାଞ୍ଜି ତରଫରୁ ସାମ୍ବାଦିକ ସଂଘ କଂଟାବାଞ୍ଜିର କଲ୍ୟାଣ ପାଣ୍ଠିରୁ ଆର୍ଥିକ ସହାୟତା ପରିବାର ବର୍ଗଙ୍କୁ ଦେବା ପାଇଁ ଏକ ପ୍ରସ୍ତାବ ଗୃହିତ କରି ନିଷ୍ପତି ନିଆଯାଇଛି ଯାହା ସ୍ୱର୍ଗତ ମହାରଣାଙ୍କ ଦଶାହ କାର୍ଯ୍ୟ ଦିନ ଦେବା ପାଇଁ ସ୍ଥିର କରାଯାଇଛି। ଏହି ଶୋକସଭାରେ ସଂଘର ଜୀବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, ବିମଲ କୁମାର ଦାଶ, କୃତିକର ବାଗ, ଶୁକଦେବ ମହାନ୍ତି, ଅନ୍ତିମ ପାଣିଗ୍ରାହି, ଶିବ ଶଂକର ବାଗ, ସମିମ ଖାନ, ବିନୋଦ ସିଂ, ମୋହନ ସୋନି, ପ୍ରମୋଦ ବେହେରା, ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ, ଅଭିମନ୍‍୍ୟୁ ବୋହିଦାର, ରାଧେଶ୍ୟାମ ମେହେର, କୈଲାଶ ସଗରିଆ ଶୋକସଭାରେ ସାମିଲ ଥିଲେ।

Comments are closed.