ମୋଟୋ ଜି-୯ ପାୱାରର ବଜାର ପ୍ରବେଶ

ନୂଆଦିଲ୍ଲୀ : ମୋଟୋରୋଲାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ପାୱାର ଭାରତରେ ଲଞ୍ଚ ମଙ୍ଗଳବାର ଲଞ୍ଚ ହୋଇଛି ।ମୋଟୋ ଜି-୯ ପାୱାରର ଶୁଭାରମ୍ଭ ଆଜି ମଧ୍ୟାହ୍ନ ୧୨ଟା ସମୟରେ ହୋଇଛି ।ମୋଟୋରୋଲା ଇଣ୍ଡିଆ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଡ଼ିସେମ୍ବର ୧୫ରୁ ମୋଟୋ ଜି-୯ ପାୱାର ବିକ୍ରି ହେବ ।
ମୋଟୋ ଜି-୯ ପାୱାର ୧୧ହଜାର ୯୯୯ ଟଙ୍କାରେ ଲଞ୍ଚ କରାଯାଇଛି। ଏହି ଫୋନ୍ ୪ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜରେ ଉପଲବ୍ଧ ହୋଇଛି । ଏହି ଫୋନରେ ୭୨୦x୧୬୪୦ ପିକ୍ସେଲର ରେଜୋଲ୍ୟୁସନ ସହିତ ୬.୮ଇଞ୍ଚ ଏଚଡ଼ି ପ୍ଲସ୍ ଡିସପ୍ଲେ ରହିଛି ।ଫୋନରେ କ୍ୱାଲକମର ସ୍ନାପଡ୍ରାଗନ୍ ୬୬୨ ସଞ୍ଚାଳକ ।ଏହାକୁ ମେମୋରୀ କାର୍ଡ ସାହାଯ୍ୟରେ ୫୧୨ଜିବିକୁ ବୃଦ୍ଧି କରାଯାଇପାରିବ ।
ମୋଟୋ ଜି-୯ ପାୱାରରେ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ।ଯେଉଁଥିରେ ମୁଖ୍ୟ ଲେନ୍ସ ୬୪ ମେଗାପିକ୍ସେଲ ଏବଂ ଏହାର ଆପଚର ଏଫ୍/ ୧.୭୯ । ଦ୍ୱିତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲ ମାକ୍ରୋ ଏବଂ ତୃତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲର ଗଭୀରତା ସେନସର । ଏହି ଫୋନରେ ସେଲଫି ପାଇଁ ୧୬ ମେଗାପିକ୍ସେଲର ସାମ୍ନା କ୍ୟାମେରା ରହିଛି ।ମୋଟରୋଲାର ଏହି ଫୋନରେ ୬ହଜାର ଏମ୍‌ଏଚ୍ ବ୍ୟାଟେରୀ ରହିଛି ।ଯାହା ୨୦ୱାଟ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ ।ଫୋନରେ ୱାଇ-ଫାଇ, ବ୍ଲୁଟୁଥ୍ ଭି୫, ଏନଏଫସି, ୟୁଏସବି ଟାଇପ୍-ସି ପୋର୍ଟ ଏବଂ ସଂଯୋଗ ପାଇଁ ୩.୫ ମିମି ହେଡଫୋନ୍ ଜ୍ୟାକ୍ ରହଛି ।

Comments are closed.