ବଜାରକୁ ଆସିଲା ମୋଟୋ-ଜିର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ଏକ ଶସ୍ତା ୫ଜି ଫୋନ୍ ଖୋଜୁଛନ୍ତି, ତେବେ ମୋଟୋରୋଲା ଆପଣଙ୍କ ଇଚ୍ଛା ପୂରଣ କରିଛି। ମୋଟରୋଲା ଭାରତୀୟ ବଜାରରେ ମୋଟୋ-ଜି ୫G ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହା ସବୁଠୁ ଶସ୍ତା ୫ଜି ସ୍ମାର୍ଟଫୋନ୍ ଅଟେ। ୟୁରୋପରେ ମୋଟୋରୋଲା ମୋଟୋ ଜି ୫G ଲଞ୍ଚ କରାଯାଇଛି ଯେଉଁଠାରେ ଏହାର ମୂଲ୍ୟ ପ୍ରାୟ ୨୬ହଜାର ୩୦୦ ଟଙ୍କା କିନ୍ତୁ ଭାରତୀୟ ବଜାରରେ ଏହାର ମୂଲ୍ୟ ଶସ୍ତା ରହିଛି। ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପକାର୍ଟରୁ ଏହି ଫୋନକୁ କିଣିପାରିବେ।
ଭାରତୀୟ ବଜାରରେ ମୋଟୋରୋଲାର ଶସ୍ତା ୫G ସ୍ମାର୍ଟଫୋନର ମୂଲ୍ୟ ୨୦,୯୯୯ ଟଙ୍କା ରଖାଯାଇଛି ଏବଂ ଯଦି ଆପଣ HDFC ବ୍ୟାଙ୍କ କାର୍ଡରେ ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ୧ହଜାର ଟଙ୍କାର ରିଆତି ମିଳିବ। ମୋଟୋ ଜି ୫G ଡିସେମ୍ବର ୭ ମଧ୍ୟାହ୍ନ ୧୨ ଟାରୁ ଫ୍ଲିପକାର୍ଟରେ ଉପଲବ୍ଧ ହେବ।
ମୋଟୋ ଜି ୫Gର ୬.୭ଇଞ୍ଚ ଫୁଲ୍ HD ପ୍ଲସ୍ ଡିସପ୍ଲେ ସହିତ ୧୦୮୦x୨୪୦୦ ପିକ୍ସେଲର ରେଜୋଲ୍ୟୁସନ ରହିଛି।ଫୋନରେ ଆଣ୍ଡ୍ରଏଡ୍ ୧୦ଦିଆଯାଇଛି । ଏହା ବ୍ୟତୀତ ଏହାର ସ୍ନାପଡ୍ରାଗନ୍ ୭୫୦ଜି ପ୍ରୋସେସର୍ ରହିଛି। ମୋଟୋ ଜି ୫ ଜିରେ ୬ଜିବି ରାମ୍ ଏବଂ ୧୨୮ଜିବି ଷ୍ଟୋରେଜ୍ ପାଇପାିରବେ, ଯାହା ମେମୋରୀ କାର୍ଡ ସାହାଯ୍ୟରେ ୧ଟିବିକୁ ବୃଦ୍ଧି କରାଯାଇପାରିବ।
ମୋଟୋ ଜି ୫ଜିର କ୍ୟାମେରା
ମୋଟୋ ଜି ୫G ର ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି।ଯେଉଁଥିରେ ମୁଖ୍ୟ ଲେନ୍ସ ୪୮ମେଗାପିକ୍ସେଲ ଥିବାବେଳେ ଦ୍ୱିତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲର  ଏବଂ ତୃତୀୟ ଲେନ୍ସ ହେଉଛି ୨ମେଗାପିକ୍ସେଲ । ସେଲଫି ଏବଂ ଭିଡିଓ କଲ୍ ପାଇଁ ଏହି ଫୋନରେ ୧୬ ମେଗାପିକ୍ସେଲର ସାମ୍ନା କ୍ୟାମେରା ରହିଛି।

Comments are closed.