ଫିରିଙ୍ଗିଆରେ ଅନୁଷ୍ଠିତ ହେଲା ମାଆ ପିତାବାଲୀଙ୍କ ପ୍ରସିଦ୍ଧ ଜନ୍ତାଳ ଯାତ୍ରା

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ ମାଆ ପିତାଵାଲୀ ଦେବୀଙ୍କ ଜନ୍ତାଳ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଗତ ଦୁଇ ବର୍ଷ ଧରି ମାଆଙ୍କର ଏହି ପୂଜା କରୋନା କଟକଣା ପାଇଁ କେବଳ ସୀମିତ  ପୂଜକ ଓ ସେବାୟତମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିଲା । ଚଳିତ ବର୍ଷ ମା’ଙ୍କ ଏହି ପୂଜା ଧୂମଧାମରେ କରାଯାଇଛି I

ତେବେ ତିଥି ଅନୁସାରେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ରେ ଆବାହମାନ କାଳରୁ ଫିରିଙ୍ଗିଆ ସହର ମୁଖ୍ୟାଳୟ ଠାରେ ଥିବା ମନ୍ଦିର ରେ ପୂଜା ହୋଇ ଆସୁଛନ୍ତି । ମାଆଙ୍କର ଜନ୍ତାଳ ଯାତ୍ରାରେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ପୂଜା ଆରମ୍ଭ ରୁ ପ୍ରଥମେ ମାଆଙ୍କ ମୁଖ୍ୟ ସେବକ ବହୁକ ପଦ୍ମ ଲୋଚନ ପ୍ରଧାନ ଓ ସତ୍ୟନାରାୟଣ ଭୁକ୍ତା ଙ୍କୁ ପାରମ୍ପରିକ ବାଜା ସହ ରତିନୀତି ଅନୁସାରେ ବରଣ କରି ମନ୍ଦିର କୁ ଅଣାଯାଇଥିଲା ।

ପରେ ମନ୍ଦିରରେ ପୁଜା ଆରମ୍ଭ ହୋଇ ଥିଲା , ପ୍ରବଳ ଜନସମାଗମ ଦୃଷ୍ଟିରୁ ବ୍ୟାପକ ପୁଲିସ ବନ୍ଦୋବସ୍ଥା କରାଯାଇଥିଲା ।

 

Comments are closed.